ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣଙ୍କର ପ୍ରାଣହାନି ଘଟିଛି। ପ୍ରାପ୍ତ ସୂଚନା ମୁତାବକ ମୃତ ଯୁବକମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ।ଗତକାଲି ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ଦଣ୍ଡନାଚ ଦେଖି ବାବୁଲିଆରୁ ଘରକୁ ଫେରୁଥିଲେ। ଏହି ସମୟରେ ମଣ୍ଡାକିଆ ବୁଡ଼ାମାହା ନିକଟରେ ସ୍କୁଟିଟି ଭାରସାମ୍ୟ ହରାଇ  ବ୍ରିଜରେ ଥିବା ବାଡ଼କୁ ଧକ୍କା ଦେଇଥିଲା। ପରେ ସମସ୍ତେ ସ୍କୁଟି ସହ ବ୍ରିଜର ତଳକୁ ଖସିପଡ଼ିଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି l

ad-week
Leave A Reply

Your email address will not be published.