ଜନନୀ ଯନ୍ତ୍ରଣାର କରୁଣ ରୂପ, ପୁଣି ଭାରରେ ବୁହା ହେଲେ ଗର୍ଭବତୀ

add-all

ମାଲକାନଗିରି (ଚିତ୍ରୋକୋଣ୍ଡା) : ସ୍ବାଧୀନତା ଦୀର୍ଘ ଦଶନ୍ଧି ପରେ ମଧ୍ୟ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଘଟଣା ଅନୁସାରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଧୁଲିପୁଟ ପଞ୍ଚାୟତରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ।

ପୁଣି ଥରେ ଭାରରେ ବୁହାହେଲେ ଗର୍ଭବତୀ । ସ୍ୱାଭିମାନ ଅଞ୍ଚଳ ଧୁଳିପୁଟ ପଞ୍ଚାୟତର ଆନିବିରିଡ଼ି ଗ୍ରାମରୁ ଆସିଚି ଏଭଳି ଚିତ୍ର। ଆନିବିରିଡି ଗ୍ରାମର ଶ୍ୟାମ ତୁରୁଆ ଙ୍କ ପତ୍ନୀ ଆପଲମ ତୂରୁଆଙ୍କ ଗତକାଲି ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା।ଗ୍ରାମରେ ମୋବାଇଲ ନେଟୱର୍କ ସୁବିଧା ନଥିବାରୁ ନିକଟସ୍ତ ପାହାଡ ଉପରକୁ ଯାଇ ସ୍ବାମୀ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ।ହେଲେ ଗ୍ରାମକୁ ଯିବାକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ ମୁଣ୍ଡରେ ରହିଯାଇଥିଲା। ଯାହା ଫଳରେ ଗର୍ଭବତୀ ଙ୍କ ସମ୍ପର୍କୀୟ ମାନେ ୪ କିଲୋମିଟର ବୋହି ଆଣି ଅଣ୍ଟାଏ ଉଚ୍ଚରେ ନାଳରେ ପାଣି ଥିବା ନାଲ ପାର କରି ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ।ଗର୍ଭବତୀ ଙ୍କୁ ପ୍ରଥମେ ଜାନବାଇ ଡାକ୍ତର ଖାନା ପରେ ଚିତ୍ରକୋଣ୍ଡା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା।ବର୍ତ୍ତମାନ ପ୍ରସ୍ତୁତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଦୁହେଁ ସୁସ୍ଥ ଥିବା ଜଣାପଡିଛି ।

ରାଜ୍ୟସରକାର ଙ୍କ ସ୍ୱଭିମାନ ଅଞ୍ଚଳରେ ବିକାସମୁଖୀ କାର୍ଯ୍ୟର ଗୁମର ଖୋଲିଦେଇଥିବା ଏହିଘଟଣାରୁ ପ୍ରମାଣିତ ହେଉଥିବା ଜନ ମାନସରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।

ad-week
Leave A Reply

Your email address will not be published.