ଆସିକା ରେ ପୁଣି ଚୋରଙ୍କ ଆତଙ୍କ ରାଜ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ…..!

add-all


ବ୍ରହ୍ମପୁର: ୮-୪ କିଛି ଦିନ ହେଲା ଆସିକା ସହରେ ଚୋର ମାନଙ୍କ ସଂଖ୍ୟା ବଢ଼ିବା ସହ ଚୋରି ହାରି ବଢ଼ିଯାଇଛି। ଦଣ୍ଡନାଚ ର ସୁଯୋଗ ନେଇ ବାହାର ଅଞ୍ଚଳ ର କିଛି ଯୁବକ ଦିନ ଦ୍ୱୀପହ ରେ ସୁଯୋଗ ଦେଖି ଘରେ ପଶି ଯାହା ହାବୁଡ଼ରେ ପଡ଼ିଲା ତାହା ନେଇ ଯାଉଥିବା ଦେଖିବାକୁ ମିଳୁଛି। ଗତ କିଛି ଦିନ ତଳେ ଆସିକା ସୁବର୍ଣ୍ଣ ପେଟା ସାହିର ଜଣେ ବ୍ୟକ୍ତିଙ୍କ ଘରେ ଦିନ ବେଳେ ଘରେ ପଶି ଏକ ଦାମୀ ମୋବାଇଲ ନେଇଥିଲେ ଲୁଟେରା ମାନେ। ରବିବାର ଦିନ ରାତ୍ର ୯ ଘଣ୍ଟା ସମୟରେ ସେ ସୁବର୍ଣ୍ଣପେଟା ସାହିର ସାମ୍ବାଦିକ ସନ୍ତୋଷ ମୁନି ଙ୍କ ଘରେ ଜଣେ ଚୋର ପଶି ତାଙ୍କ ଆଲମିରା ର ଚାବି ଖୋଲି ଚୋରି କରୁଥିବା ବେଳେ ତାଙ୍କ ପତ୍ନୀ ସେ ଚୋରକୁ କାବୁ କରିଥିଲେ। ଉକ୍ତ ଚୋର କୁ ଘର ଓ ସାହି ଲୋକେ ପୋଲିସ କୁ ହସ୍ତାନ୍ତର କରିଥିବା ଜଣା ପଡିଛି। ଆସିକା ରେ ଛୋଟ ବଡ ଚୋରି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅବାଧ ରେ ବିକ୍ରି ହେଉଥିବା ମଦ ଚଢ଼ାଉ ସହ ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ କଡ଼ା କଡ଼ି କରିବାକୁ ସଚେତନ ମହଲ ରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.