ଜମ୍ମୁ ଓ କଶ୍ମୀରରେ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ଆସନ ବୁଝାମଣା

add-all

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମଧ୍ୟରେ ଆଲୋଚନା ହୋଇଛି। ଆସନ ବୁଝାମଣା ସମ୍ପର୍କରେ ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଛନ୍ତି ଯେ ଏନସି ପ୍ରାର୍ଥୀମାନେ ତିନୋଟି ଆସନରେ ଲଢ଼ିବେ ଏବଂ ଅବଶିଷ୍ଟ ଆସନରେ ଆମେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବୁ। ସେ କହିଛନ୍ତି ଯେ ଉଧମପୁର, ଜମ୍ମୁ ଓ ଲଦାଖ ଆସନରେ କଂଗ୍ରେସ ଏବଂ ଅନନ୍ତନାଗ-ରାଜୌରୀ, ବାରାମୁଲା ଏବଂ ଶ୍ରୀନଗର ଆସନରେ ନ୍ୟାସନାଲ କନଫରେନ୍ସ ପ୍ରତିଦ୍ୱନ୍ଦ୍ୱିତା କରିବ।

ଚୌଧୁରୀ ଲାଲ ସିଂହ ଉଧମପୁରରୁ, ରମଣ ଭଲ୍ଲା ଜମ୍ମୁରୁ ଏବଂ ମିଆଁ ଅଲତାଫ ଅହମ୍ମଦ ଅନନ୍ତନାଗରୁ ନିର୍ବାଚନ ଲଢ଼ିବେ। ଅବଶିଷ୍ଟ ଆସନ ପାଇଁ ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ।

ପିଡିପି ସହ ମେଣ୍ଟ ପ୍ରସଙ୍ଗରେ ଓମାର ଅବଦୁଲ୍ଲା କହିଛନ୍ତି ଯେ ଆମେ ଏକାଠି ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଏହି ସହମତି ହୋଇପାରିନଥିଲା। ଲୋକସଭା ନିର୍ବାଚନରେ ଆମକୁ ସାହାଯ୍ୟ କରିବାକୁ ଆମେ ତାଙ୍କୁ କହିଥିଲୁ। ବିଧାନସଭାରେ ଆମେ ସେମାନଙ୍କୁ ସାହାଯ୍ୟ କରିବୁ କିନ୍ତୁ ତାହା ଫଳପ୍ରଦ ହେଲା ନାହିଁ। ଗଣତନ୍ତ୍ରରେ ସେମାନଙ୍କର ଯେକୌଣସି ସ୍ଥାନରୁ ନିର୍ବାଚନ ଲଢ଼ିବାର ଅଧିକାର ରହିଛି।

ad-week
Leave A Reply

Your email address will not be published.