ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ: ଫେରାଦ ହେଲା ରାଜ୍ୟ ବିଜେପି

add-all

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖେ ଫେରାଦ ହେଲା ରାଜ୍ୟ ବିଜେପି। ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ଓ ବରିଷ୍ଠ ନେତା ଦିଲ୍ଲୀପ ମଲ୍ଲିକ ପ୍ରମୁଖ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି। ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି।

ଏନେଇ ସମୀର ମହାନ୍ତି କହିଛନ୍ତି, ଭାରତୀୟ ପ୍ରଶାସନିକ ଅଧିକାରୀ ଡିଏସ କୁଟ୍ଟେଙ୍କର ସମସ୍ତ ରାଜନୈତିକ କାର୍ଯ୍ୟରେ ସଂପୃକ୍ତି ରହିଛି। ତାଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟରେ ଅନ୍ୟ ଲଗାଯାଇଛି ଓ ସେ ଦଳୀୟ ଆଧାରରେ କାର୍ଯ୍ୟ କରୁଛନ୍ତି। ତେଣୁ ତାଙ୍କ ମୋବାଇଲକୁ ସିଜ କରାଯାଉ ଓ ଏହାର ତଦାରଖ କରାଯାଉ। ସେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହାସହ ଗୋଟେ ମିଥ୍ୟା ଖବର ପ୍ରସାରଣ କରୁଥିବା ସଂସ୍ଥାର ୬୬ ଭାଗ ଲୋକ ନବୀନ ବାବୁଙ୍କୁ ମୂଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ସେ ସର୍ଭେ ସଂସ୍ଥାର ପୂର୍ବରୁ କେଉଁ ସବୁ ଖବର ସର୍ଭେ କରିଛି ତାହା ସମସ୍ତଙ୍କୁ ଜଣା। ମିଥ୍ୟା ଖବର ପ୍ରସାରଣ କରି ମଧ୍ୟ ସେହି ସଂସ୍ଥା ଆଚରଣବିଧିର ଉଊ୍ଲଂଘନ କରୁଛି। ଦିଲ୍ଲୀ ରୁ ନିର୍ବାଚନ କମିଶନ ଚିଠି ଦେଲେ ଯେ ଓଡ଼ିଶାରେ ଆଇଏସ ଓ ଆଇପିଏସମାନଙ୍କ ସଂପୃକ୍ତି ନିର୍ବାଚନ ପ୍ରଚାରରେ ଅଛି। କିନ୍ତୁ ଏଠାରେ ଦେଖିବାକୁ ମିଳୁଛି ଯେ ନିର୍ବାଚନ କମିଶନ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ad-week
Leave A Reply

Your email address will not be published.