ନିର୍ବାଚନ କମିଶନଙ୍କୁ ଭେଟିଲା ଟିଏମସି ଟିମ୍‌, ଇଡି ଓ ସିବିଆଇ ମୁଖ୍ୟଙ୍କ ବଦଳି ପାଇଁ କଲା ଦାବୀ

add-all

ନୂଆଦିଲ୍ଲୀ: ସିବିଆଇ, ଏନଆଇଏ, ଇଡି ଓ ଆୟକର ବିଭାଗର ମୁଖ୍ୟମାନଙ୍କ ପରିବର୍ତ୍ତନ ଦାବିରେ ତୃଣମୂଳ କଂଗ୍ରେସ (ଟିଏମସି)ର ନେତାମାନେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଆଜି ୨୪ ଘଣ୍ଟିଆ ଧାରଣାରେ ବସିଥିଲେ।

ଦଳର ଡେରେକ୍‌ ଓ’ବ୍ରାଏନ୍‌, ଡୋଲା ସେନ୍‌, ସାକେତ ଗୋଖଲେ ଓ ସାଗରିକା ଘୋଷଙ୍କ ସମେତ ଟିଏମସି ନେତାଙ୍କ ଏକ ପ୍ରତିନିଧି ଦଳ ସେମାନଙ୍କ ଦାବି ନେଇ ନିର୍ବାଚନ କମିଶନଙ୍କ ପୂର୍ଣ୍ଣ ଖଣ୍ଡପୀଠଙ୍କୁ ଭେଟିଥିଲେ।

ଟିଏମସି ଅଭିଯୋଗ କରିଛି ଯେ ଏସମସ୍ତ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍‌ସିମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ନିର୍ଦ୍ଦେଶରେ ବିରୋଧୀ ଦଳମାନଙ୍କୁ ଟାର୍ଗେଟ କରୁଛନ୍ତି। ବିଜେପି ଆମ ବିରୋଧରେ କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକର ଅପବ୍ୟବହାର କରୁଛି। ଏନଆଇଏ, ଇଡି ଏବଂ ସିବିଆଇ ଯେଉଁଭଳି ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଟିଏମସି ନେତାଙ୍କୁ ଟାର୍ଗେଟ କରୁଛନ୍ତି ତାହା ଲଜ୍ଜାଜନକ। ଆମେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବୁ ଯେ ସମସ୍ତ ରାଜନୈତିକ ଦଳପାଇଁ ସେ ସମାନ ସୁଯୋଗ ସୁନିଶ୍ଚିତ କରନ୍ତୁ ବୋଲି ସେନ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି।

ନିର୍ବାଚନ ପୂର୍ବରୁ ଏନଆଇଏ ଓ ବିଜେପି ମଧ୍ୟରେ ଅସାଧୁ ମେଣ୍ଟ ହୋଇଥିବା ଟିଏମସି ରବିବାର ଅଭିଯୋଗ କରିଥିଲା, ଯାହା ପରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍‌ସି କୌଣସି ମନ୍ଦ ଉଦ୍ଦେଶ୍ୟକୁ ଅସ୍ୱୀକାର କରିବା ସହ ସମଗ୍ର ବିବାଦକୁ ଦୁର୍ଭାଗ୍ୟଜନକ ବୋଲି କହିଛି।

ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାରେ ୨୦୨୨ରେ ହୋଇଥିବା ଏକ ବିସ୍ଫୋରଣ ମାମଲାରେ ଦୁଇ ଜଣ ମୁଖ୍ୟ ସନ୍ଦିଗ୍ଧଙ୍କୁ ଗିରଫ କରିବାକୁ ଯାଇଥିବା ଏନଆଇଏର ଏକ ଟିମ୍‌ ଉପରେ ଶନିବାର ଭିଡ଼ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆଣିଥିଲେ।

ad-week
Leave A Reply

Your email address will not be published.