କାର୍ଯ୍ୟରତ ହୋମଗାର୍ଡଙ୍କ ବିୟୋଗ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନାର କାର୍ଯ୍ୟରତ ବରିଷ୍ଠ ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନଙ୍କର କଟକ ସ୍ଥିତ ଏସ୍ ଇ ବି କ୍ୟାନ୍ସର ହସପିଟାଲ ଦେହାନ୍ତ ହୋଇଛି। ତାଙ୍କ ମରଶରୀର କଟକ ମେଡ଼ିକାଲ ଠାରୁ କନ୍ଧମାଳ ଜିଲ୍ଲା ଗଞ୍ଜୁଗୁଡା ଗ୍ରାମର ନିଜ ବାସଭବନକୁ ଅଣାଯାଇ ସେଠାରେ ତାଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି l ସେ ଜଣେ ଶାନ୍ତଶିଷ୍ଟ ପରପୋକାରୀ, ସଚ୍ଚୋଟ କାର୍ଯ୍ୟରତ ଗୃହରକ୍ଷୀ ଥିଲେ l

ତାଙ୍କର ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି l ଖବର ପାଇ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଏବଂ ଗଞ୍ଜୁଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ, ଆଲୋକ କହଁର, ସମୀତି ସଭ୍ୟ ପ୍ରଭାକର ପ୍ରଧାନ ଏବଂ ଗଞ୍ଜୁଗୁଡା ଗ୍ରାମର ସମସ୍ତ ଜନ ସାଧାରଣ ଉପସ୍ଥିତ ରହି ସବ ସତ୍କାର କାର୍ଯ୍ୟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଅମ୍ବୁଜ କୁମାର ବେହେରା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ହୋମଗାର୍ଡ ସଂଘ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର ,କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍ କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ଉପସ୍ଥିତ ରହି ବିନୋଦ ବିହାରୀ ପ୍ରଧାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ad-week
Leave A Reply

Your email address will not be published.