ଗ୍ୟାସ ସିଲେଣ୍ଡର ଫାଟି ୧୧ଆହତ ୪ ଗୁରୁତର

add-all

ପାତ୍ରପୁର – କେ ନୂଆଗାଁ ଥାନା ପାତ୍ରପୁର ବ୍ଲକ ଆମୁଣ୍ଡି ଗ୍ରାମରେ ଗ୍ୟାସ ସିଲେଣ୍ଡର ଫାଟି ଏଗାର ଆହତ ଚାରି ଗୁରୁତ୍ତର l ମିଳିଥିବା ସୂଚନା ଆଜି ଅପରାହ୍ନରେ ଆମୁଣ୍ଡି ଗ୍ରାମର ପ୍ରଶାନ୍ତ ବେହରା ଙ୍କ ପତ୍ନୀ ଘରେ ରୋଷେଇ କରୁଥିବା ବେଳେ ରନ୍ଧନ ଗ୍ୟାସ ସିଲେଣ୍ଡର ରୁ ଗ୍ୟାସ ହଟାତ ଲିକ ହୋଇ ନିଆଁ ଲାଗି ଯାଇଥିଲା l ମହିଳା ଜଣକ ଘରୁ ବାହାରି ନିଆଁ ନିଆଁ ବୋଲି ରଡି ଛାଡିଥିଲେ l ଦେଖୁ ଦେଖୁ ନିଆଁ ଚାଳ ଉପରକୁ ଉଠି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା | ଏହା ଦେଖି କିଛି ବ୍ୟକ୍ତି ଛାତ ଉପରେ ଚଡି ନିଆଁ ଲାଗିଥିବା ଘର ଚାଳ ଉପରେ ପାଣି ପକାଇ ଥିଲେ ପରେ ପରେ ଗ୍ୟାସ ସିଲେଣ୍ଡରଟୀ ବ୍ଲାଷ୍ଟ ହୋଇ ହଟାତ ଚାରିଆଡେ ନିଆ ବ୍ୟାପି ଯିବା ଫଳରେ ନିଆଁ ଲିଭାଉଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୧୧ଜଣ ନିଆଁରେ ପୋଡି ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣ ଗୁରୁତର ହୋଇଛନ୍ତି l ସେମାନେ ହେଲେ ଶଙ୍କର ମହାନ୍ତି-୧୯,ପ୍ରଶାନ୍ତ କୁମାର ମହାନ୍ତି-୪୦,ଶ୍ରୀକାନ୍ତ କୁମାର ବେହେରା-୨୨,ସିଧେଶ୍ୱର ବେହେରା-୩୪,କିରଣ ବିଷୋୟୀ-୧୬,ଅମନ ପଟ୍ଟନାୟକ-୨୦,ରିଙ୍କୁ ବେହେରା-୩୪,ଗଣେଷ ବେହେରା-୨୯,ସୁଜିତ ବେହେରା-୨୩,ଶିବରାମ ବେହେରା-୨୪,ଜଗନ୍ନାଥ ପଣ୍ଡା-୪୦,ଆହତ ହୋଇଥିବା ବେଳେ ପ୍ରଥମ ଗୁରୁତର ଚାରିଜଣଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତ ଓ ଗୁରୁତ୍ତର ମାନଙ୍କୁ ପ୍ରଥମେ ଚିକିଟୀ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଚାରି ଜଣ ଗୁରୁତ୍ତର ଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି | ଖବର ଶୁଣି ଘଟଣା ସ୍ଥଳ ରେ ମନ୍ତ୍ରୀ ଉଷାଦେବୀ ପହଞ୍ଚି ଘଟଣା ଅନୁଧ୍ୟାନ କରି ଆହାତ ମାନଙ୍କ ପ୍ରତି ଆଶ୍ୱାସନା ବ୍ୟକ୍ତ କରି ଆସୁ ଆରୋଗ୍ୟ କାମନା କରିଥିବା ବେଳେ ସମାଜସେବୀ ସୁରେନ୍ଦ୍ର ମଣ୍ଡଳ ବିଧାୟକ ପ୍ରତିନିଧି ଶ୍ରୀରୂପ ଦେଓ ଉପସ୍ଥିତ ରହି ସମସ୍ତଙ୍କ ସୁ ବନ୍ଦବ୍ୟସ୍ତ କରିଛନ୍ତି |

ad-week
Leave A Reply

Your email address will not be published.