ପୁରୀ ବେଳାଭୂମିରେ ଶହ ଶହ ଜେଲିଫିସ୍

add-all

ପୁରୀ: ପୁରୀ ବେଳାଭୂମିରେ ପଡ଼ିଛନ୍ତି ଶହ ଶହ ଜେଲିଫିସ୍ । ଦିଗବାରେଣୀ ଛକ ବେଳାଭୂମିରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ଜେଲି ଫିସ । ଏହା ବିଷାକ୍ତ ହୋଇଥିବାରୁ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଏହାକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ । ତେଣୁ ତୁରନ୍ତ ବେଳାଭୂମିକୁ ପରିଷ୍କାର କରିବାକୁ ଦାବି ହୋଇଛି ।

ପୁରୀର ଦିଗବାରେଣୀ ଛକ ବେଳାଭୂମିରେ ଗତ ୩ ଦିନ ହେଲାଣି ଶହ ଶହ ଜେଲିଫିସ୍ ପଡ଼ି ରହିଛନ୍ତି । ଏଥିସହ ବହୁ କଇଁଛଙ୍କ ମୃତଦେହ ପଡ଼ିଥିବା ବେଳେ ଆଖପାଖ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି । ପୁରୀକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏପରି ପରିବେଶ ପୁରୀର ଛବିକୁ ଖରାପ କରୁଛି ।

୨୦୨୨ ମସିହା ଜୁନ ମାସରେ ଜେଲିଫିସ୍ ସଂଶ୍ପର୍ଷରେ ଆସି ଅନେକ ପର୍ଯ୍ୟଟକ ଗୁରୁତର ହୋଇଥିଲେ । କାରଣ ଜେଲିଫିସ୍ ର ଲାଳ ଶରୀରରେ ଲାଗିବା ଦ୍ୱାରା ସଂକ୍ରମଣ ହୋଇଥାଏ । ଦେହ କୁଣ୍ଡାଇ ହେବା ସହ ନାଲି ପଡ଼ିଯାଏ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପର୍ଯ୍ୟଟକ ଆହତ ହୋଇ ନଥିବା ବେଳେ ପୁରୀ ସମୁଦ୍ରରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଇଛି ।

ପର୍ଯ୍ୟଟକ କିଭଳି ସୁରକ୍ଷିତ ସ୍ନାନ କରିବେ ଏବଂ ଜେଲିଫିସ୍ ସଂଶ୍ପର୍ଷରେ ନ ଆସିବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

ତେବେ ଗତ କିଛି ଦିନ ହେବ ଖରାର ପ୍ରକୋପ ବ‍ଢ଼ିଥିବାରୁ ସମୁଦ୍ର ଭିତରେ ତାତି ପ୍ରବଳ ରହିଥିଲା। ଫଳରେ ଜେଲି ଫିସ ଏକତ୍ରିତ ହୋଇ ପବନ ହୋଇଥିବା ଦିଗ ଅଭିମୁଖେ ଭାସି ଆସି ବେଳାଭୂମିରେ ଲାଗିଛନ୍ତି ବୋଲି ସାମୁଦ୍ରିକ ମତ୍ସ୍ୟ ବିଭାଗ ବିଶେଷଜ୍ଞ କହିଛନ୍ତି ।

ad-week
Leave A Reply

Your email address will not be published.