ଆସନ୍ତା ୧୩ ତାରିଖ ପରଠୁ ପୁଣି ତାତି ବଢ଼ିବା ସମ୍ଭାବନା

add-all

ଭୁବନେଶ୍ୱର : ଆସନ୍ତା ୧୩ ତାରିଖ ପରଠୁ ପୁଣି ତାତି ବଢ଼ିବା ସମ୍ଭାବନା । ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ବଢ଼ିପାରେ। ପୁଣି ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ମ ୨ଟା ୩୦ ସୁଦ୍ଧା ଚାନ୍ଦବାଲିର ତାପମାତ୍ରା ୩୭.୪ ଡିଗ୍ରୀ ରହିଛି। ସେହିପରି ପାରାଦୀପରେ ତାପମାତ୍ରା ୩୬.୭ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୩୬.୫ ଡିଗ୍ରୀ ସେଲସିୟସ ରହିଛି। ବାଲେଶ୍ୱରରେ ୩୬.୧ ଡିଗ୍ରୀ ପାରଦ ଥିବା ବେଳେ ପୁରୀରେ ତାପମାତ୍ରା ରହିଛି ୩୫ ଡିଗ୍ରୀ ସେଲସିୟସ ।

ad-week
Leave A Reply

Your email address will not be published.