ବୈଶାଖୀ ପାଳନ ପାଇଁ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ୨,୮୪୩ ଭିସା ଜାରି କଲା ପାକ୍‌

add-all

ନୂଆଦିଲ୍ଲୀ: ପାକିସ୍ତାନ ହାଇକମିଶନ ମଙ୍ଗଳବାର କହିଛି ଯେ ବୈଶାଖୀ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଭାରତରୁ ଆସିଥିବା ଶିଖ୍‌ ତୀର୍ଥଯାତ୍ରୀଙ୍କୁ ୨,୮୪୩ ଭିସା ପ୍ରଦାନ କରାଯାଇଛି।

ଧାର୍ମିକ ପୀଠ ପରିଦର୍ଶନ ପାଇଁ ଦ୍ୱିପାକ୍ଷିକ ପ୍ରୋଟୋକଲର ବ୍ୟବସ୍ଥା ଅନୁଯାୟୀ ଭାରତରୁ ଶିଖ୍‌ ଏବଂ ହିନ୍ଦୁ ତୀର୍ଥଯାତ୍ରୀ ମାନେ ପ୍ରତିବର୍ଷ ପାକିସ୍ତାନ ଗସ୍ତ କରନ୍ତି। ପ୍ରୋଟୋକଲ ଅନୁଯାୟୀ ପ୍ରତିବର୍ଷ ପାକିସ୍ତାନୀ ତୀର୍ଥଯାତ୍ରୀ ମାନେ ମଧ୍ୟ ଭାରତ ଆସିଥାନ୍ତି।

ବୈଶାଖୀ ପାଳନ ଅବସରରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇ କମିଶନ ଏପ୍ରିଲ ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ପାକିସ୍ତାନରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ଭାରତରୁ ଆସିଥିବା ଶିଖ୍‌ ତୀର୍ଥଯାତ୍ରୀଙ୍କୁ ୨୮୪୩ଟି ଭିସା ପ୍ରଦାନ କରିଛନ୍ତି।

ତୀର୍ଥଯାତ୍ରୀମାନେ ଗୁରୁଦ୍ୱାର ପଞ୍ଜା ସାହିବ, ଗୁରୁଦ୍ୱାର ନାନକାନା ସାହିବ ଏବଂ ଗୁରୁଦ୍ୱାର କର୍ତାରପୁର ସାହିବ ପରିଦର୍ଶନ କରିବେ।

ପାକିସ୍ତାନ ହାଇକମିସନର ଚାର୍ଜ ଡି ଆଫେୟାର୍ସ ସାଦ୍‌ ଅହମ୍ମଦ ୱାରାଇଚ୍‌ ଏହି ପବିତ୍ର ପର୍ବ ପାଳନ କରୁଥିବା ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ‘ପରିପୂର୍ଣ୍ଣ’ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଦୁଇ ଦେଶ ମଧ୍ୟରେ ଧାର୍ମିକ ପୀଠ ପରିଦର୍ଶନ ନେଇ ଦ୍ୱିପାକ୍ଷିକ ପ୍ରୋଟୋକଲକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ପାକିସ୍ତାନ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ହାଇ କମିଶନ ଧାର୍ମିକ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.