ଏପ୍ରିଲ୍ ୧୧ରେ ଓଡ଼ିଶାରେ ଇଦ୍ ହେବ ପାଳନ: ଚାନ୍ଦ୍ କମିଟି ନିଷ୍ପତ୍ତି

add-all

ଭୁବନେଶ୍ବର: ଏପ୍ରିଲ୍ ୧୧ରେ ଓଡ଼ିଶାରେ ଇଦ୍ ଉଲ୍ ଫିତର ପାଳନ କରାଯିବ। ଏନେଇ ଚାନ୍ଦ୍ କମିଟି ଅଞ୍ଜୁମନ ଇସ୍ଲାମିଆ ଓଡ଼ିଶା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସାଉଦି ଆରବ ଇଦ୍ ତାରିଖ ଘୋଷଣା କରିଛି। ଏପ୍ରିଲ ୧୦ ବୁଧବାର ଦିନ ସାଉଦି ଆରବରେ ଇଦ୍ ଉଲ ଫିତର ପାଳନ କରାଯିବ। ସାଉଦି ଆରବରେ ଇଦ୍ ଚାନ୍ଦ୍ ଦେଖାଯିବା ପରେ ଏହି ଘୋଷଣା କରାଯାଇଛି।

ମଙ୍ଗଳବାର ସନ୍ଧ୍ୟାରେ ଆରବରେ ଇଦ୍ ଚୀନ୍ଦ୍ ଦେଖାଯାଇଛି। ତେଣୁ ବୁଧବାର ‌ସାଉଦିରେ ଇଦ୍ ପାଳନ କରାଯିବ। ଭାରତରେ ଇଦ୍ ୧୧ ଏପ୍ରିଲ ଗୁରୁବାର ଦିନ ପାଳନ କରାଯିବ। ଭାରତରେ ଇଦ୍ ସାଧାରଣତଃ ସାଉଦି ଆରବରେ ପାଳନ ହେବା ପରେ ପାଳନ କରାଯାଇଥାଏ।

ad-week
Leave A Reply

Your email address will not be published.