ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ଲେଖାଶ୍ରୀ

add-all

ଭୁବନେଶ୍ବର : ବାଲେଶ୍ୱର ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳ ଏଠାରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ନିକଟରେ ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ।
ବିଜେପି ବାଲେଶ୍ୱରରୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଛି। ଏଣୁ ଏଥର ଏଠାରେ ପ୍ରତାପ ଷଡ଼ଙ୍ଗୀ ଓ ଲେଖାଶ୍ରୀଙ୍କ ମଧ୍ୟରେ ଲଢ଼େଇ ହେବ। କଂଗ୍ରେସ ଏଯାଏଁ ଏହି ଆସନ ପାଇଁ ତା’ର ପ୍ରାର୍ଥୀ ଘୋଷଣା କରି ନାହିଁ।
ପ୍ରତାପ ଷଡ଼ଙ୍ଗୀ ୨୦୧୯ରେ ଏହି ଆସନରେ ପ୍ରାର୍ଥୀ ହୋଇ ୪ ଲକ୍ଷ ୮୩ ହଜାର ୮୫୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ରବୀନ୍ଦ୍ର କୁମାର ଜେନାଙ୍କୁ ୪ ଲକ୍ଷ ୭୦ ହଜାର ୯୦୨ ଖଣ୍ଡ ଭୋଟ୍ ମିଳିଥିଲା। କଂଗ୍ରେସର ନବଜ୍ୟୋତି ପଟ୍ଟନାୟକଙ୍କୁ ୧ ଲକ୍ଷ ୭୯ ହଜାର ୪୦୩ ଖଣ୍ଡ ଭୋଟ୍ ମିଳିଥିଲା।

ad-week
Leave A Reply

Your email address will not be published.