ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଖଲିକୋଟ୍‌ର ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଶତାଧିକ ସମର୍ଥକ

add-all

ଭୁବନେଶ୍ବର: ଗଂଜାମ ଜିଲ୍ଲା ଖଲ୍ଲିକୋଟ୍‌ର ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ସମର୍ଥକମାନେ ଗୁରୁବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ସୁଜ୍ଞାନୀଙ୍କ ସମର୍ଥକମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି।
ଖଲ୍ଲିକୋଟ ବ୍ଲକ ଉପାଧ୍ୟକ୍ଷ କାଳୁରାମ ମହାରଣାଙ୍କ ନେତୃତ୍ୱରେ ସାମିଲ ଖଲ୍ଲିକୋଟ ଏବଂ ଚିକିଟିର ଏକାଧିକ ସରପଂଚ, ପୂର୍ବତନ ସରପଂଚ, ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କବିସୂର୍ଯ୍ୟନଗର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀଙ୍କ ସହ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ପିିସିସି ମୁଖପାତ୍ର ପୀତବାସ ପଣ୍ଡାଙ୍କ ସହ ଗଂଜାମ ବାର କାଉନସିଲର ଏକାଧିକ ଆଇନଜୀବୀ ବିଜେପିରେ ଯୋଗ ଦେଇଛନ୍ତି।

ସୁଜ୍ଞାନ ଦେଓ ଗଂଜାମ ରାଜନୀତିର ଜଣେ ବଡ ଚେହେରା ଭାବେ ଜଣାଶୁଣା ଥିଲେ। ୧୯୬୦ରେ ରାଜନୀତିରେ ପ୍ରବେଶ କରିଥିବା ସୁଜ୍ଞାନ ପ୍ରଥମେ କଂଗ୍ରେସ ଟିକେଟରୁ ବିଧାୟିକା ହୋଇଥିଲେ। ପରେ ୨୦୦୦ରେ ବିଜେଡିରେ ସାମିଲ ହୋଇଥିଲେ। ଉଭୟ ଖଲ୍କିକୋଟ ଏବଂ କବିସୂର୍ଯ୍ୟନଗର ବିଧାନସଭାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ସମର୍ଥକଙ୍କ ମଧ୍ୟରେ ନେତୃତ୍ୱକୁ ନେଇ କନ୍ଦଳ ରହିଥିଲା, ଯାହାକୁ ନେଇ କିଛି ଅସନ୍ତୁଷ୍ଟ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ad-week
Leave A Reply

Your email address will not be published.