ଓଡ଼ିଶାରେ ନିର୍ବାଚନ ଲଢିବ ସିପିଆଇ, ଏହିସବୁ ଆସନରେ ପ୍ରାର୍ଥୀ ଦେବ ଦଳ

add-all

ଭୁବନେଶ୍ୱର,୧୧।୪: ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ସବୁ ଦଳ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଭାଜପା, ବିଜେଡି, କଂଗ୍ରେସ ପରେ ଆମ ଆଦମୀ ପାର୍ଟି ଓଡ଼ିଶାରେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି। ଏହି କ୍ରମରେ ସିପିଆଇ ମଧ୍ୟ ରାଜ୍ୟରେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି।

ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡା ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି, ଏଥର ଗୋଟିଏ ଲୋକ ସଭା ସହ ୫ରୁ ୮ ବିଧାନସଭାରେ ପ୍ରାର୍ଥୀ ଦେବ CPI। ଜଗତସିଂହପୁର ଲୋକ ସଭା ସହ ୫ରୁ ୮ ବିଧାନସଭା ଆସନରେ ଲଢିବ ଦଳ। ପିସିସି ସଭାପତିଙ୍କ ସହ ଇଣ୍ଡିଆ ମେଣ୍ଟର ବୈଠକରେ ପ୍ରସ୍ତାବ ଦିଆଯାଇଛି ବୋଲି ସିପିଆଇ ନେତା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.