ୟୁକ୍ରେନରେ ସୈନ୍ୟ ଅଭାବ, ବାଧ୍ୟତାମୂଳକ ହେଲା ସେନାରେ ଯୋଗଦାନ

add-all

କିବ: ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷିଆ ସହ ଲଢ଼େଇ କରିବା ପରେ ଯୁଦ୍ଧ କ୍ଷେତ୍ରରେ ହଜାର ହଜାର ୟୁକ୍ରେନ୍ ସୈନିକ ପ୍ରାଣ ହରାଇଛନ୍ତି। ଏଭଳି ସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଏବେ ୟୁକ୍ରେନରେ ସୈନିକଙ୍କ ଅଭାବ ଦେଖାଦେଇଛି। ୟୁକ୍ରେନର ସଂସଦରେ ଗୁରୁବାର ଏକ ବିବାଦୀୟ ଆଇନକୁ ଅନୁମୋଦନ ମିଳିଛି, ଯେଉଁଥିରେ ସେନାରେ ବାଧ୍ୟତାମୂଳକ ଭାବେ ନୂତନ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଇଛି। ଏହାର ପ୍ରାରମ୍ଭିକ ଡ୍ରାଫ୍ଟ ଆଇନରେ ପରିଣତ ହେବାରେ ଅନେକ ମାସ ବିଳମ୍ବ ହୋଇଥିଲା ଏବଂ ଏହାର ବ୍ୟବସ୍ଥାକୁ କୋହଳ କରିବା ପାଇଁ ଅନେକ ସଂଶୋଧନ ଦାଖଲ କରାଯାଇଥିଲା । ସାଂସଦମାନେ ମଧ୍ୟ ଦୀର୍ଘ ଦିନ ଧରି ଏହି ଆଇନକୁ ବିରୋଧ କରିଆସୁଥିଲେ କାରଣ ଏହା ଦ୍ବାରା ସେମାନେ ଲୋକପ୍ରିୟତା ହରାଇବାର ଆଶଙ୍କା କରୁଥିଲେ ।
ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି ଡିସେମ୍ବରରେ କହିଥିଲେ ଯେ ୟୁକ୍ରେନର ସେନାର ଅନୁରୋଧକ୍ରମେ ଏହି ଆଇନ ଅଣାଯାଇଛି, ଯିଏ କି ୫ ଲକ୍ଷରୁ ଅଧିକ ସୈନ୍ୟଙ୍କୁ ଏକାଠି କରିବାକୁ ଚାହୁଁଛି । ସେନାର ବିଭିନ୍ନ ପଦବୀକୁ ସୁଦୃଢ଼ କରିବା ପାଇଁ ୫ ଲକ୍ଷ ନୂଆ ନିଯୁକ୍ତି ଆବଶ୍ୟକ ବୋଲି ପୂର୍ବତନ ସେନା କମାଣ୍ଡର ଭାଲେରୀ ଜାଲୁଜନିଙ୍କ ଅନୁରୋଧକ୍ରମେ ଏହି ଆଇନ ପ୍ରସ୍ତୁତ କରାଯାଇଛି।

ad-week
Leave A Reply

Your email address will not be published.