ଚନ୍ଦନେଶ୍ୱର ଚଡ଼କ ମେଳାରେ ଅଘଟଣ, ଜଣେ ମହିଳା ବ୍ରତଧାରୀଙ୍କ ମୃତ୍ୟୁ

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ୱର ଚଡ଼କ ମେଳାରେ ବଡ଼ ଅଘଟଣ ଘଟିଛି । ଚଡକ ଯାତ୍ରାରେ ସମୟରେ ଜଣେ ମହିଳା ବ୍ରତଧାରୀଙ୍କ ମୃତ୍ଯୁ ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟର ପୂର୍ବ ମେଦିନୀପୁର ଜିଲ୍ଲା ଖଡ଼ଗପୁର ଥାନା ଅନ୍ତର୍ଗତ ଗୁମୁରିଆପାଲ ଗ୍ରାମର ତୁଳସୀ ମିର୍ଦ୍ଧା ।

ସୂଚନା ଅନୁସାରେ ଆଜି ସକାଳ ୭ଟା ବେଳେ ଜଣେ ମହିଳା ଭକ୍ତ ମନ୍ଦିର ପରିକ୍ରମା କରିବା ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ନିୟୋଜିତ ଥିବା ସ୍ବାସ୍ଥ୍ଯ ବିଭାଗର ଟିମ ଚିକିତ୍ସା କରୁଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିଲା । ତେବେ ଅଣନିସ୍ବାସୀ ହୋଇ ମୃତ୍ଯୁ ହୋଇଥିବା ନେଇ ଭୋଗରାଇ ମେଡିକାଲ ଅଫିସର ଡକ୍ଟର କମଳାକାନ୍ତ ଜେନା ସୂଚନା ଦେଇଛନ୍ତି। ଅନ୍ଯ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅସ୍ଥାୟୀ ସ୍ବାସ୍ଥ୍ଯଶିବିରରେ ଚିକିତ୍ସା କରାଯାଉଛି।

ଓଡ଼ିଶା ଓ ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ମହାନ ପର୍ବରେ ସାମିଲ୍‌ ହୋଇ ବାବାଙ୍କ ଆଶୀର୍ବାଦ ନେଉଥାନ୍ତି। ମେଳାକୁ ଶୃଙ୍ଖଳିତ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ad-week
Leave A Reply

Your email address will not be published.