ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

add-all

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ପଞ୍ଚାୟତ ନୂଆସାହିରେ ଥିବା କୋଠଘର ଭିତରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ରାଜନ ସାହୁଙ୍କ ପୁଅ ଶୀତଳ ସାହୁ(୪୦)। ସେ ଅବିବାହିତ ଥିଲେ ଓ କିଛି କାମଦାମ ବି କରୁ ନଥିଲେ। ଅଧିକାଂଶ ସମୟରେ ଶୀତଳ କୋଠଘରେ ରହୁଥିଲେ।

ଆଜି ସକାଳେ କୋଠ ଘର କବାଟରେ ରକ୍ତଛିଟା ଲାଗିଥିବା କିଛି ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ କବାଟ ତାଡ଼ିବାରୁ ତା’ଭିତରେ ଶୀତଳଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। କିନ୍ତୁ କିଏ ଓ କାହିଁକି ଶୀତଳଙ୍କୁ ହତ୍ୟା କରାଯାଇଛି, ସେନେଇ କୌଣସି ସୂରାକ ମିଳିନାହିଁ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ad-week
Leave A Reply

Your email address will not be published.