ରାଜ୍ୟକୁ ଫେରୁଛି ତାତି: ୪୩ରୁ ୪୫ ଡିଗ୍ରି ଛୁଇଁବ ତାପମାତ୍ରା

add-all

ଭୁବନେଶ୍ବର: ରାଜ୍ୟକୁ ତାତି ଫେରୁଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଓ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସୂଚନା ଅନୁଯାୟୀ, ଆଗାମୀ ୧୭ରୁ ୨୦ ତାରିଖ ଯାଏ ସାଙ୍ଘାତିକ ସ୍ଥିତି ରହିବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ଡିଗ୍ରି ଯାଏଁ ତାପମାତ୍ରା ବଢ଼ିବ।୪୩ ରୁ ୪୫ ଡିଗ୍ରି ଛୁଇଁବ ତାପମାତ୍ରା। ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହେବ। ଏହା ଶରୀର ପାଇଁ ଘାତକ ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି।

ସେପଟେ ଏପ୍ରିଲ ମାସରେ ୭୨ ବର୍ଷରେ ସବୁଠୁ ଥଣ୍ଡା ଦିନ ଅନୁଭୂତ ହୋଇଛି। ଟିଟିଲାଗଡ଼ଠାରେ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.