ରାଜ୍ୟକୁ ପୁଣି ଫେରିଲା ତାତି, ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର

add-all

ଭୁବନେଶ୍ୱର,୧୩ା୪: ରାଜ୍ୟକୁ ପୁଣି ତାତି ଫେରିଛି। ବର୍ଷା ହୋଇଥିବାରୁ କିଛିଦିନ ପାଗ ଟିକେ ଥଣ୍ଡା ଥିଲା। ତେବେ ଶନିବାର ପୁଣି ତାତିରେ ସିଝିଛନ୍ତି ଲୋକେ। ଆଜି ରାଜ୍ୟର ଦୁଇ ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ଥିବା ବେଳେ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି।
ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ର ଅନୁଯାୟୀ, ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ୩୯.୫ ଡିଗ୍ରୀ ଥିବା ବେଳେ ବାରିପଦାରେ ୩୯ ଡିଗ୍ରୀ ରହିଥିଲା। ସେହିପରି ଚାନ୍ଦବାଲି, ଭୁବନେଶ୍ୱର ଏବଂ ନୟାଗଡ଼ରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା। ବାଲେଶ୍ୱର, ଭଦ୍ରକ, କଟକ, କୋରାପୁଟ ଏବଂ ତାଳଚେରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ଥିଲା।

ସେହିପରି ପାରାଦୀପରେ ଆଜିର ତାପମାତ୍ରା ୩୪.୯ ଡିଗ୍ରୀ ରହିଥିବା ବେଳେ ଗୋପାଳପୁରରେ ୩୪.୬ ଡିଗ୍ରୀ, ରାଉରକେଲାରେ ୩୬.୬ ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ, ବଲାଙ୍ଗୀରରେ ତାପମାତ୍ରା ୩୫ ଡିଗ୍ରୀ ରହିଥିଲା।

ad-week
Leave A Reply

Your email address will not be published.