ଭାରତ ଆସୁଥିବା ଇସ୍ରାଏଲୀ ଜାହାଜକୁ କବଜା କଲା ଇରାନ, ବଢିଲା ଯୁଦ୍ଧ ଆଶଙ୍କା

add-all

ତେହେରାନ: ଇସ୍ରାଏଲ ଓ ଇରାନ ମଧ୍ୟ ଯୁଦ୍ଧ ଆଶଙ୍କା ଆହୁରି ବଢିଯାଇଛି । ଏହାର କାରଣ ହେଉଛି ୟୁଏଇରୁ ଭାରତ ଆସୁଥିବା ଏକ ଇସ୍ରାଏଲୀ ଜାହାଜ ଏମଏସସି ଏରିସକୁ ଦଖଲ କରିଛି ଇରାନ । ଇରାନର ତାସନିମ୍ ନ୍ୟୁଜ୍ ଏଜେନ୍ସି ଶନିବାର ରିପୋର୍ଟ କରିଛି ଯେ ଇସ୍ରାଏଲ ସହ ସମ୍ପର୍କ ଥିବା ଅଭିଯୋଗରେ ଇରାନ ନୌସେନା କମାଣ୍ଡୋମାନେ ଭାରତକୁ ଆସୁଥିବା ଜାହାଜକୁ କାବୁ କରିଛନ୍ତି। ଏହି ଘଟଣା ଘଟିଛି ହର୍ମୁଜ୍ ଷ୍ଟ୍ରେଟ୍ ରେ। ଏହି ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ହେଲିକପ୍ଟରରୁ ଇରାନ ସେନା କମାଣ୍ଡୋମାନେ ଜାହାଜକୁ କାବୁ କରୁଛନ୍ତି। ଏହି ଜାହାଜରେ ପର୍ତ୍ତୁଗାଲ ପତାକା ଲାଗିଥିଲା ଏବଂ ଏହା ଲଣ୍ଡନର କମ୍ପାନୀ ଜୋଡିଅକ୍ ମେରିଟାଇମର ଥିଲା । ଏହି କମ୍ପାନି ଇସ୍ରାଏଲର କୋଟିପତି ଇୟାଲ ଅଫରଙ୍କ ମାଲିକାନାରେ ରହିଛି। କୁହାଯାଉଛି ଯେ ଏହି ଜାହାଜର କର୍ମଚାରୀ ଭାରତୀୟ ଏବଂ ସେମାନଙ୍କ ସଂଖ୍ୟା ପ୍ରାୟ ୧୭ ବୋଲି କୁହାଯାଉଛି।
ତେବେ ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି ଜୋଡିୟ ଗ୍ରୁପ୍ । ଏମଏସସି ଏରିସ୍ ଶେଷ ଥର ପାଇଁ ଶୁକ୍ରବାର ଦୁବାଇ ଉପକୂଳରେ ଦେଖିବାକୁ ମିଳିଥିଲା ଏବଂ ହର୍ମୁଜ୍ ଷ୍ଟ୍ରେଟ୍ ଆଡକୁ ଯାଉଥିଲା । ଜାହାଜଟି ଏହାର ଟ୍ରାକିଂ ଡାଟା ବନ୍ଦ କରିଦେଇଥିଲା, ଯାହା ଏହି ଅଞ୍ଚଳ ଦେଇ ଯାଉଥିବା ଇସ୍ରାଏଲ ସଂପୃକ୍ତ ଜାହାଜମାନଙ୍କ ସୁରକ୍ଷା ପାଇଁ ସ୍ୱାଭାବିକ ଅଟେ ।

ad-week
Leave A Reply

Your email address will not be published.