ଆଜି ମା’ ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ

add-all

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ପାଳିତ ହେଉଛି ମା’ ଙ୍କ ୮୮ତମ ଚଇତି ପର୍ବ । ଅବସରରେ ଆଜି ସକାଳ ୪ଟାରୁ ଦେହୁରୀ ମାନେ ମାଙ୍କୁ କ୍ଷୀର, ଳହୁଣୀ, ହଳଦି, ଚୁଆ, ଚନ୍ଦନ, ମହୁ ଲେପନ କରି ମାଜଣା କରିବା ପରେ ମାଙ୍କ ସ୍ନାନ କାର୍ଯ୍ୟ ସମାପନ କରିଥିଲେ। ପରେ ମାଙ୍କୁ ସୁନା ଅଳଙ୍କାରରେ ସଜ୍ଜିତ କରି ମାଙ୍କୁ ସୁନାବେଶରେ ସଜ୍ଜିତ କରିଛନ୍ତି । ଧୂପ, ଦୀପ, ନୈବ୍ୟଦ, ଶଂଙ୍ଖ, ଘଂଟ ଧ୍ୱନୀ ସହ ମାଙ୍କ ସକାଳ ଆଳତୀ ହୋଇଛି । ନୀତିକାନ୍ତି ସରିବା ପରେ ମାଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

ଦିନ ୧୦ ଘଟିକରେ ମାଙ୍କ ଶୁଙ୍କୁଡି ଭୋଗ ଲାଗିହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମନ୍ଦିର କର୍ତୁପକ୍ଷ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶାନ୍ତି ଶୃଙ୍ଖଳାରେ ମନ୍ଦିରକୁ ପ୍ରବେଶ ପାଇଁ ବ୍ୟାରିକେଟ ଦ୍ୱାରା ୧୧ଟି ଲାଇନ କରାଯାଇଛି । ମନ୍ଦିର ପରିସରରେ ୫ପ୍ଲାଟୁନ ଫୋର୍ସ, ୪ ଜଣ ଡିଏସପି , ୫ଜଣ ଆଇଆଇସି, ଜଣେ ଅତିରିକ୍ତ ଏସ୍ପିଙ୍କୁ ନିୟୋଜିତ କରାଯାଇଛି ।

କେଉଁ ଆବାହନ କାଳରୁ ମା’ ଶାଳବଣରେ ପୂଜା ପାଇ ଆସୁଥିବ ବେଳେ ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ପାଳିତ ହୋଇ ଆସୁଛି ମା’ଙ୍କ ଏହି ଚଇତି ପର୍ବ। ଚଇତି ପର୍ବରେ ମା’ ତାରିଣୀ ୭ ଦିନ ଧରି ସୁନାବେଶରେ ଭକ୍ତକୁ ଦର୍ଶନ ଦେଇଥା’ନ୍ତି । ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତମାନଙ୍କ ଭିଡ଼ ମଧ୍ୟ ମା’ଙ୍କ ପୀଠରେ ଲାଗି ରହିଥାଏ। ଏଥିସହ ମା’ ତାରିଣୀଙ୍କ ସାସ୍କୃତିକ ମଣ୍ଡପର ବହୁ ସୁନାମଧନ୍ୟ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥାଏ ।

ad-week
Leave A Reply

Your email address will not be published.