ମଦ ଉଜାଡି ଦେଲା ସୁନା ସଂସାର: ୮ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ମା’

add-all

ମାଲକାନଗିରି: ଅନ୍ତ ଫାଡି ପୁଅକୁ ଜନ୍ମ ଦେଇଥିଲା ମା’ । କିନ୍ତୁ ମଦ ଆଗରେ ଫିକା ପଡିଗଲା ମାତୃତ୍ଵ । ମଦ ନିଶାରେ ୮ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ମା’ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାଲିମେଳା ଥାନା ତୁମ୍ବାଗୁଡ଼ା ଗାଁରେ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ଶିଶୁର ବାପା । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡ଼ା ଗାଁର ମୁକା ପଡିଆମୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଓ୍ବାଗି ପଡିଆମୀ ମଦ ନିଶାରେ ପୁଅ ରୋହିତ ପଡିଆମୀଙ୍କୁ ଲାତ, ଗୋଇଠା ମାରିବା ସହ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ପିଲାଟିର ଜୀବନ ଚାଲି ଯାଇଥିଲା । ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ଓ୍ବାର୍ଡ ମେମ୍ବରଙ୍କୁ ଖବର ଦେଇଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ମୃତ ରୋହିତଙ୍କ ବାପା ମୁକା । ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ସେହିପରି ୱାଗି ପଡ଼ିଆମିଙ୍କୁ ଥାନାକୁ ଆଣି ଅଟକ ରଖିଛି ।

ad-week
Leave A Reply

Your email address will not be published.