ଧରାକୋଟ ତହସିଲ ଅଞ୍ଚଳରେ ବାବୁମାନଙ୍କ ସହଯୋଗରେ ମାଳମାଳ ଇଟାଭାଟି !

ପ୍ରଶାସନ ନିରବ ଦ୍ରଷ୍ଟା…

add-all

ଵ୍ରହ୍ମପୁର : ସରକାର ଙ୍କ ସମସ୍ତ ନୀତିନିୟମ କୁ ଫୁ କରି ଧରାକୋଟ ରାଜସ୍ୱ ବିଭାଗ ଅଧୀନରେ ଥିବା ନଈ କୂଳିଆ ଅଞ୍ଚଳ ରେ ମାଳ ମାଳ ପୋଡ଼ା ଇଟା ଭାଟି ଚାଲିଛି। ଋଷିକୁଲ୍ୟା ନଦୀର ଦୁଇ ପାର୍ଶ୍ଵରେ ଜବର ଦଖଲ କରି ଇଟା ପ୍ରସ୍ତୁତ କରି ନିକଟ ଜଙ୍ଗଲ ରୁ ଗଛ କାଟି ଇଟା ଭାଟିରେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଏନେଇ ଭଞ୍ଜନଗର ଉପ- ଜିଲ୍ଲାପାଳ ଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଲେ ବି କୌଣସି ସୁଫଳ ମିଳୁନାହିଁ।ଏପଟେ ତାତି ସେପଟେ ଇଟା ପୋଡ଼ିବା ଯୋଗୁଁ ଉତ୍ତାପ୍ତ ବଢୁଛି। ଲୋକେ ଅନୁରୋଧ କରିଲେ ବାବୁ ମାନଙ୍କ ସମ୍ପୃକ୍ତି ଥିବା ଯୋଗୁଁ ଅବାଧ ରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳ ରେ ସର୍ବାଧିକ ଇଟା ଭାଟି ରହିଥିବା ଚର୍ଚ୍ଚା ହେଉଛି। ଜିଲ୍ଲାପାଳ ଓ ନିର୍ବାଚିତ ପ୍ରତିନିଧି ଙ୍କ ନିକଟରେ ଫେରାଦ ହେବା ପାଇଁ କିଛି ଗ୍ରାମବାସୀ ସଜବାଜ ହେଉଥିବା ଜଣାପଡ଼ିଛି। ସ୍ଥାନୀୟ ତହସିଲଦାର ଙ୍କ ଏନେଇ ଫୋନ କରିଲେ ବାବୁ ରିସିଭ କରୁନାହାନ୍ତି। ପୂର୍ବରୁ ଧରାକୋଟ ଅଞ୍ଚଳ ରେ ବାଲି ବ୍ୟବସାୟ କୁ ନେଇ ଛ ମାସ ପୂର୍ବେ ହତ୍ୟା କାଣ୍ଡ ଘଟିଥିଲା। ଏବେ ଇଟା ଭାଟି କୁ ନେଇ ଆଇନଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ବେଳ ଥାଉ ଥାଉ ପ୍ରଶାସନ ସଜାଗ ନ ହେଲେ ଲୋକଙ୍କ ରୋଷର ଶିକାର ହେବେ ଇଟା ଭାଟି ମାଫିଆ ମାନେ ବୋଲି ଶୁଣିବାକୁ ମିଳୁଛି। ଇଟା ଭାଟିରେ ଛୋଟ ଛୋଟ ଶିଶୁ ମାନଙ୍କୁ ନିୟୋଜତ କରୁଥିବା ଦେଖିବକୁ ମିଳୁଛି।

ad-week
Leave A Reply

Your email address will not be published.