ଏମକେଏସପି ଠାରେ ପବିତ୍ର ବିଷୁବ ସଂକ୍ରାନ୍ତି ପାଳିତ

add-all

ଫୁଲବାଣୀ : ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଫୁଲବାଣୀର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ତରଫରୁ ପ୍ରତିବର୍ଷ ଭଳି ପଣା ପିଇବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ପ୍ରତିବର୍ଷ ବିଷୁବ ଉତ୍ସବ ମହା ସମାରୋହରେ ପାଳନ କରାଯାଉଥିଲେ ମଧ୍ୟ ନିର୍ବାଚନ କଟକଣା ହେତୁ ଆୟୋଜନ ସୀମିତ ସଦସ୍ୟ ମଧ୍ୟରେ ରଖାଯାଇଥିଲା। ନିର୍ବାଚନ ପରବର୍ତ୍ତୀ ସମୟରେ ବିଷୁବ ପୁରସ୍କାର ଓ ସ୍ମରଣିକା ପ୍ରକାଶନ ସଂପର୍କରେ ନିଷ୍ପତ୍ତି ନିଆଯିବ।

ଏହି ଅବସରରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ସମସ୍ତ ସଦସ୍ୟଙ୍କ ଯୋଗଦାନ ଉତ୍ସାହଜନକ ରହିଥିଲା। ଏହି ଅବସରରେ ସଭାପତି ବିଜୟକୃଷ୍ଣ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ପ୍ରତାପ ପାତ୍ର,ବିଜୟ ମହାନ୍ତି,ସଂପାଦକ ଶରତ ଚନ୍ଦ୍ର ସାହୁ,ବିପିନ୍‌ ପଟ୍ଟନାୟକ, ସଚ୍ଚିଦାନନ୍ଦ ମହାପାତ୍ର,କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ଆଦି କର୍ମକର୍ତ୍ତା ଯୋଗଦାନ କରିଥିଲେ।

ad-week
Leave A Reply

Your email address will not be published.