ବିଜେପି ରେ ଗୋଷ୍ଠୀ କନ୍ଦଳ : ନିମାପଡ଼ା ରେ ବିଜେପି ସ୍ଥିତି ପୁରା ଦୁର୍ବଳ…

add-all

ନିମାପଡ଼ା:-୧୫/୦୪ ପୁରୀ ଜିଲ୍ଲାର ନିମାପଡ଼ା ବିଜେପି ସ୍ଥିତି ପୁରା ଦୁର୍ବଳ ହେବାକୁ ଯାଉଛି l ନିର୍ବାଚନ ଯେତେ ପାଖେଇ ଆସୁଥିବା ବେଳେ ନିମାପଡ଼ା ଓ ଗୋପ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିରେ ଦେଖାଦେଇଛି ଅସନ୍ତୋଷ। ବିଜେପି ପକ୍ଷରୁ ଟିକେଟ ପାଇଥିବା ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱ ମାନିବାକୁ ନାରାଜ କର୍ମୀ। ବିଗତ ଦିନରେ ବହୁ କର୍ମୀ ଙ୍କୁ ନେଇ ଦଳରେ ମିଶିଥିବା ବାବୁ ଦିଲ୍ଲୀପ ନାୟକ ଓ ତାଙ୍କ ସମର୍ଥକ ଦଳ ଛାଡ଼ିବା ଏବଂ ବିଜେଡ଼ି ରେ ମିଶିବା ନିମାପଡ଼ା ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ବିଜେପି ନିମାପଡ଼ା ମଣ୍ଡଳ ସଭାପତି ମାନସ ପ୍ରଧାନ ଏବଂ ଛଣିଜଙ୍ଗ ପଞ୍ଚାୟତ ବିଜେପି ସମର୍ଥିତ ସରପଞ୍ଚ ଅଜୟ ପରିଡ଼ା ବିଜେପିରୁ ଇସ୍ତଫା ଦେବା ପରେ ମାନସ ପ୍ରଧାନ ବିଜେଡ଼ି ରେ ଯୋଗ ଦେଇଥିବା ବେଳେ ସରପଞ୍ଚ ଅଜୟ ପରିଡ଼ା କିନ୍ତୁ ଏବେ ବିଜେପି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛନ୍ତି। ଏବେ କିଛି ଜାଗାରେ ଶୁଣିବାକୁ ମିଳୁଛି ସରପଞ୍ଚ କୁଆଡେ ଗୁଇନ୍ଦା କାର୍ଯ୍ୟ କରୁଛନ୍ତି ଅନ୍ୟ ଦଳ ପାଇଁ। ସେପଟେ ବିଜେଡ଼ି ରଣନୀତି ପ୍ରସ୍ତୁତ କରି ସଜାଗ ହେବା ବେଳକୁ ଏ ପର୍ଯ୍ୟନ୍ତ ଟିକେଟ ଫାଇନାଲ ହୋଇପାରିନି। ନିମାପଡ଼ାରେ ବିଜେପି ଯୁବମୋର୍ଚ୍ଚା ମଧ୍ୟ ସୁପ୍ତ ଅବସ୍ଥାରେ। ରାଜନୀତିଜ୍ଞ ଙ୍କ କହିବା ଅନୁସାରେ ନିମାପଡ଼ା ରାଜନୀତି ଏବେ ଦୋ ଛକିରେ।

ad-week
Leave A Reply

Your email address will not be published.