ଆସନ୍ତା ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରାକୁ ବିରୋଧ କଲେ କୁଇ ସମାଜ…

add-all

ଫୁଲବାଣୀ : ୨୦୨୪ ସାଧାରଣ ନିର୍ବାଚନରେ କିଛି ଦଳୀୟ ପ୍ରାର୍ଥୀଙ୍କ ଆଦିବାସୀ ମାନ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ସହ ଏହି ପ୍ରସଙ୍ଗରେ ଦୁଇ ସମାଜ ପକ୍ଷରୁ ଆସନ୍ତା ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ତେବେ ଜିଲ୍ଲାର ଅନ୍ୟତମ ଆଦିବାସୀ ନେତା ତଥା କୁଇ ସମାଜ ସମନ୍ୱୟ ସମିତିର ସମ୍ପାଦକ ଲମ୍ବୋଦର କହଁର ଏହାକୁ ବିରୋଧ କରିଛନ୍ତି। ଏ ନେଇ କୁଇ ସମନ୍ବୟ ସମିତି କାର୍ଯ୍ୟାଳୟରେ ରାତ୍ରିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଲମ୍ବୋଦର କହିଛନ୍ତି, ଏହା କିଛି ବ୍ୟକ୍ତିଙ୍କ ଏକ ତରଫା ନିଷ୍ପଭି । ଏ ନେଇ ସମନ୍ୱୟ ସମିତି ଏବଂ କୁଇ ସମାଜ ସହିତ ସଂଶ୍ଳିଷ୍ଟ ଅନ୍ୟ ସଙ୍ଗଠନମାନଙ୍କୁ କୌଣସି ସୂଚନା ଦିଆ ଯାଇନାହିଁ କି ମତାମତ ନିଆଯାଇନାହିଁ ।ଅପରପକ୍ଷରେ, କୁଇ ସମାଜ ଏକ ସମ୍ପୂର୍ଣ୍ଣ ରୂପେ ଅଣରାଜନୈତିକ ସଙ୍ଗଠନ ଏବଂ ଭୋଟ ରାଜନିତିରେ ସମ୍ପୃକ୍ତ ହେବ ନାହିଁ ବୋଲି ଏହାର ସମ୍ବିଧାନରେ
ଉଲ୍ଲେଖ ଥିବା କହିଛନ୍ତି ଲମ୍ବୋଦର।ମାନ୍ୟତା ଉପରେ ପ୍ରଶ୍ନ ଉଠାଯାଉଛି ତାହାର କୌଣସି ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି। ଫୁଲବାଣୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା କହଁର କଟ୍ରିଙ୍ଗିଆ ସରପଞ୍ଚ ହେବାବେଳେ ସମାଜ କାହିଁକି ବିରୋଧ କରି ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।ତେଣୁ ଏହା କେବଳ ଦଳୀୟ ଟିକେଟ ପାଇବାରେ କିଛି ବିଫଳ ନେତାଙ୍କ ଅପଚେଷ୍ଟା ବୋଲି ଲମ୍ବୋଦର ମତ ରଖିଛନ୍ତି । ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରରୋଚନାରେ ଏହା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଯଦି କାହାର ବିରୋଧ କରିବାର ଅଛି, ତେବେ ସେହିଭଳି ଯେଉଁ ପ୍ରାର୍ଥୀମାନଙ୍କ ଆଦିବାସୀ ସେମାନେ ଭୋଟ ମାଧ୍ୟମରେ ବିରୋଧ କରିପାରିବେ। ଦେଶର ଆଇନ ଓ ସମ୍ବିଧାନ ସର୍ବାଗ୍ରେ ବୋଲି ମତ ରଖୁଛନ୍ତି ଆଦିବାସୀ ନେତା। ତେଣୁ ଏଭଳି ଏକ ପ୍ରସଙ୍ଗକୁ ନେଇ ବନ୍ଦ ଡାକରାର କୌଣସି ଯଥାର୍ଥତା ନାହିଁ ବୋଲି ପ୍ରକାଶ କରିଛନ୍ତି ଲମ୍ବୋଦର।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ, ଜି ଉଦୟଗିରିର ସଭାପତି ପୁଷାରା କହଁର, ସମ୍ପାଦକ ଜନକ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.