ସୀମାନ୍ତରେ ୨୬ମାଓବାଦୀ ଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି, ୧୫।୪: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିସ ନିକଟରେ ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କିସ୍ତରାମ, ଭୈରମଗଡ, ମାଲାଙ୍ଗେର ଏବଂ କଟେକଲ୍ୟାନ ଅଞ୍ଚଳର ମାଓ କମିଟିରେ ସକ୍ରିୟ ଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଦନ୍ତେୱାଡା ପୋଲିସ କାର୍ଯ୍ୟାଳୟ ରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଏହି ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ଅନେକ ହିଂସାକାଣ୍ଡ ରେ ସାମିଲ ଥିଲେ ।।ତେବେ ମାଓ ସଙ୍ଗଠନ ଧିରେ ଧିରେ ନିଜର ସ୍ଥିତି ହରାଇବା ସହ ଦୁର୍ବଳ ହୋଇ ପଥ ଭ୍ରଷ୍ଟ ହୋଇଥିବାରୁ ଏମାନେ ସାଧାରଣ ଜୀବନ ଯାପନ ପାଇଁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି । ଆତ୍ମସମର୍ପଣ କାରୀ ମାଓବାଦୀ ଙ୍କ ମଧ୍ୟରେ ଜଣେ ୧ଲକ୍ଷ ଇନାମୀ କ୍ୟାଡ଼ର ମାଓବାଦୀ ଥିବାବେଳେ ଅନ୍ୟ ମାନେ ମାଓ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଆତ୍ମସମର୍ପଣ ପରେ ସରକାରୀ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି ଦନ୍ତେୱାଡା ଏସପି ଗୌରବ ରାୟ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.