ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀ ଅବା ଅଧିକ ରେକର୍ଡ

add-all

ଭୁବନେଶ୍ବର: ସୋମବାର ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀ ଅବା ଅଧିକ ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ସର୍ବାଧିକ ୪୧.୪ ଡ଼ିଗ୍ରୀ ଥିବାବେଳେ ଭୁବନେଶ୍ୱର, ଚାନ୍ଦବାଲି, ଏବଂ ନୂଆପଡାରେ ୪୧.୨ ଡ଼ିଗ୍ରୀ ରହିଛି। ଏହା ସହିତ ତାଲିକାରେ ଏସବୁ ସହର ଦ୍ୱିତୀୟ ସର୍ବାଧିକ ତାପମାତ୍ରା ଥିବା ସ୍ଥାନରେ ରହିଛନ୍ତି।

ମାଲକାନଗିରିରେ ତାପମାତ୍ରା ୪୧.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୪୧, ଝାରସୁଗୁଡ଼ାରେ ୪୧, ଟିଟିଲାଗଡ଼ରେ ୪୧,ଜଗତସିଂହପୁରରେ ୪୧, ପାରଳାଖେମୁଣ୍ଡିରେ ୪୧, କେନ୍ଦ୍ରାପଡ଼ାରେ ୪୦.୨, ଖୋର୍ଦ୍ଧାରେ ୪୦.୫, ନୟାଗଡ଼ରେ ୪୦.୫, ଭବାନୀପାଟଣାରେ ୪୦, ବଲାଙ୍ଗିରରେ ୪୦,ଯାଜପୁରରେ ୪୦ ଓ ଭଦ୍ରକରେ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା।

ଅନ୍ୟପକ୍ଷରେ କଟକରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ୩୯.୭, ହୀରାକୁଦରେ ୩୯.୬,ଢେଙ୍କାନାଳରେ ୩୯.୬, ସମ୍ବଲପୁରରେ ୩୯.୬, ରାଉରକେଲାରେ ୩୯.୬ ଓ ସୁନ୍ଦରଗଡ଼ରେ ୩୯.୫ ଡିଗ୍ରୀ ସେଲସିୟସ ରହିଥିଲା।

ଆସନ୍ତା ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ad-week
Leave A Reply

Your email address will not be published.