ଗଂଜେଇ ଚାଷ ପାଇଁ ଅର୍ଥ ସହଯୋଗ କରି ବନ୍ଧା ହେଲେ କର୍ଣ୍ଣାଟକ ବାସିନ୍ଦା

add-all

ମାଲକାନଗିରି: ଜିଲ୍ଲାରେ ପ୍ରବଳ ଗଂଜେଇ ଚାଷ କରାଯାଉଥିବା ବେଳେ ଏଥିପାଇଁ ବହୁ ମାଫିଆଙ୍କ ସହଯୋଗ ରହିଛି। ଏହିକ୍ରମରେ କର୍ଣ୍ଣାଟକର ମହୀଶୁର ଅଂଚଳର କାଭେନପୁର ନଗର ବାସିନ୍ଦା ଲୋହିତ ଅଥଗୁର ସଦାଶିବ(୪୧)ଙ୍କ ସହଯୋଗରେ ଏମଭି-୯୦ର ଅସିତ ମଣ୍ଡଳଙ୍କ ସହଯୋଗରେ ଗାରଲୁର ଜଂଗଲରେ ଗଂଜେଇ ଚାଷ କରୁଥିଲେ। ଏଥିପାଇଁ ଲୋହିତ ଟଂକା ଯୋଗାଇ ଆସୁଥିଲେ।
ଗତ ଜାନୁଆରି ୨୮ ତାରିଖରେ କାଲିମେଳା ପୁଲିସ ପ୍ରାୟ ଚାରି ଏକର ଜାଗାରେ ଲଗାଯାଇଥିବା ଗଂଜେଇ ଗଛକୁ ନଷ୍ଟ କରିଥିଲା। ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଆଜି ଲୋହିତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟଜଣେ ଅଭିଯୁକ୍ତ ଅସିତ ମଣ୍ଡଳ ପୂର୍ବରୁ ହିଁ କାଲିମେଳା ପୁଲିସ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇସାରିଛି। ଲୋହିତକୁ ଗଂଜେଇ ଚାଷପାଇଁ ଅର୍ଥ ଯୋଗାଇବା ମହଙ୍ଗା ପଡିଲା।ଏଥର ଗଂଜେଇ ଚାଷ ପାଇଁ ଯେଉଁମାନେ ଅନ୍ତର୍ଭୁକ୍ତ ରହିବେ ସେମାନଙ୍କୁ ମଧ୍ୟ ପୁଲିସ ଛାଡିବ ନାହିଁ ବୋଲି କୁହାଯାଇଛି।ତେଣୁ ଗଂଜେଇ ଚାଲାଣ ରୋକିବାରେ ପୁଲିସ ଜୋରଦାର ଚଢାଉ କରୁଛି।

ad-week
Leave A Reply

Your email address will not be published.