ଘୋଷଯାତ୍ରା ଲାଗି ରଥକାଠ ଚିରଟ ଅନୁକୂଳ

add-all

ପୁରୀ : ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ। ପବିତ୍ର ରାମ ନବମୀରେ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ ହୋଇଛି।
କଟକ ଖପୁରିଆରେ ଥିବା ବନ ବିଭାଗର ସରକାରୀ କରତ କଳରେ ଆରମ୍ଭ ହୋଇଛି ଚିରଟ କାମ। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ପହଞ୍ଚିବା ପରେ ଯଥାବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଚିରଟ କାମ ଆରମ୍ଭ ହୋଇଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥ ନିର୍ମାଣ ପାଇଁ ପ୍ରାୟ ୮୧୨ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୫୦ ଖଣ୍ଡ କାଠ ପହଁଚିଛି।
ଯେଉଁଥିରେ ଫାଶି, ଶିମିଳି, ଅଶନ, ଧଉରା, ରାଇ, ମଇ ଭଳି କାଠ ରହିଛି। ପ୍ରତିଦିନ ସକାଳ ୬ଟାରୁ ରାତି ୯ ଟା ପର୍ଯ୍ୟନ୍ତ କରତ କଳରେ କାଠଚିରା କାମ ଚାଲିବ ଓ ଏଥିପାଇଁ ପ୍ରାୟ ୩୦ ଜଣ କର୍ମଚାରୀ ନିୟୋଜିତ ରହିବେ।

ad-week
Leave A Reply

Your email address will not be published.