ବ୍ୟାନର ଝୁଲାଇ ନିର୍ବାଚନକୁ ବହିଷ୍କାର ପାଇଁ ନକ୍ସଲଙ୍କ ଆହ୍ବାନ; କଂଗ୍ରେସ ନେତା ଓ ସରପଞ୍ଚଙ୍କୁ ମୃତ୍ୟୁ ଦଣ୍ଡ ନେଇ ଚେତାବନୀ ଦେଲେ

add-all

ମାଲକାନଗିରି: ସୀମାନ୍ତରେ ପୁଣି ନକ୍ସଲଙ୍କ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳିଛି। ସୁକମା ଜିଲ୍ଲାର ଦୁର୍ଗମ ଅଂଚଳରେ ନକ୍ସଲ ପୋଷ୍ଟର ମାରିବା ସହ ବ୍ୟାନରରେ ୨୮ତମ ଲୋକସଭା ନିର୍ବାଚନକୁ ବହିଷ୍କାର ରିବାକୁ ଆହ୍ବାନ ଦେଇଛନ୍ତି। କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କୁ ମାରି ଭଗାନ୍ତୁ ବୋଲି କହିଛନ୍ତି। ପୁଲିସର ଗୁଣ୍ଡାଗିରି ଏବଂ କୋରପରେଟର, ଖଣି ମାଫିଆ ଆମର ଶତ୍ରୁ ବୋଲି ନକ୍ସଲ ବ୍ୟାନରରେ ଦର୍ଶାଇଛନ୍ତି। କଂଗ୍ରେସ ନେତା ଜମିତ ଭଦ୍ରା ଏବଂ ସରପଞ୍ଚ ବିସେଲ ନାଗଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଛନ୍ତି।
ଏହି ବ୍ୟାନରରେ ଅନ୍ୟ କିଛି ଗ୍ରାମବାସୀଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି, ଯାହାଙ୍କୁ ଜନ ଅଦାଲତରେ ଦଣ୍ଡିତ କରାଯିବ। ତେଣୁ ନିର୍ବାଚନକୁ ବହିଷ୍କାର କରିବା ସହ ନେତାମାନଙ୍କୁ ଗାଁରୁ ତଡିବାକୁ ଅନୁରୋଧ କରିଛନ୍ତି। ପୁଲିସର ଇନଫର୍ମର ବନିଛନ୍ତି ସେମାନେ ଏବେ ଠାରୁ ସୁଧୁରି ଯିବାକୁ ଚେତାବନୀ ଦେଇଛନ୍ତି।ନଚେତ ସେମାନଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଭୋଗିବାକୁ ପଡିବ ବୋଲି ଧମକ ଦେଇଛନ୍ତି।

ad-week
Leave A Reply

Your email address will not be published.