ବିଜୁ ପଟ୍ଟନାୟକଙ୍କ ୨୭ତମ ତିରୋଧାନ ଦିବସ ପାଳିତ

add-all

ଫୁଲବାଣୀ : ଓଡ଼ିଶାର ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ବ ବିଜୁ ପଟ୍ଟନାୟକ ହେଉଛନ୍ତି ଅନ୍ୟତମ। ଓଡ଼ିଶାର ସମଗ୍ର ଯୁବ ପିଢ଼ି ତାଙ୍କ ଆଦର୍ଶ ଦ୍ଵାରା ଆକର୍ଷିତ । ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବା ଏବଂ ଓଡ଼ି ଶା ରେ କଳକାରଖାନା ସ୍ଥାପିତ କରି ଯୁବ ପିଢିଙ୍କୁ ସେଥିରେ ନିଯୁକ୍ତି ଦେବା ସହ ସମସ୍ତ୍ ଯୁବ ପିଢିଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ସେ ସର୍ବଦା ଚେଷ୍ଟା କରିଥିଲେ । ବୈଷୟିକ ବିଜ୍ଞାନ କ୍ଷେତ୍ରରେ ରାଜ୍ୟକୁ ଆଗେଇ ନେବା ତାଙ୍କର ସ୍ୱପ୍ନ ଥିଲା । ସେଥିପାଇଁ ସେ ପାରାଦୀପରେ ଏକ ବୃହତ୍ ବନ୍ଦର ସ୍ଥାପନ ପାଇଁ ସେ ହିଁ ପ୍ରଥମେ ପଦକ୍ଷେପ ନେଇଥିଲେ। ଏହିପରି ଏକ କିମ୍ବଦନ୍ତୀ ପୁରୁଷଙ୍କ ପୁଣ୍ଯ ତିଥିରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ପରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ନେତୃତ୍ବରେ
ମୁଖ୍ୟ ବଜାର ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ସମେତ ସମସ୍ତ ବିଜେଡି କର୍ମୀ ପୁଷ୍ପ ମାଲ୍ୟାର୍ପଣ ସହିତ ଶୁଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ବିଜୁ ଜନତା ଦଳ ପକ୍ଷରୁ ଯୁବ ଉପସଭାପତି ପାର୍ଥ ସାରଥି ବିଶ୍ଵାଳ ଓ ଛାତ୍ର ସଭାପତି ସୁନୀଲ ସେଠୀଙ୍କ ନେତୃତ୍ବରେ ଏକ ବାଇକ ଶୋଭାଯାତ୍ରା ବାହାରି ଗଞ୍ଜୁ ଗୁଡା ନିକଟସ୍ଥ ପଡିଆ ଠାରେ ପହଞ୍ଚି ଥିଲେ l
ସେଠାରେ ଚାରୋଟି ବ୍ଳକର ସଦସ୍ୟଙ୍କୁ ନେଇ ବିଜୁ ବାବୁଙ୍କ ସ୍ମୃତି ଉଚ୍ଚାରଣ କରିବା ସହିତ ଆଗାମୀ ନିର୍ବାଚନରେ ବିଜେଡି କିପରି ବିପୁଳ ସଂଖ୍ୟାରେ ବିଜୟୀ ଲାଭ କରିବ ସେ ନେଇ ରାଜ୍ଯ ସମ୍ପାଦକ ସରୋଜ କର୍ଣ୍ଣ ଓ ଫୁଲବାଣୀ ପର୍ଯ୍ୟବେକ୍ଷକ କିଶୋର ଛୋଟରାୟ ଗୁରୁ ମନ୍ତ୍ର ଦେଇଥିଲେ ଉପସ୍ଥିତ ସଦସ୍ୟ ମାନଙ୍କୁ l ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ନଗର ସଭାପତି ବିମଳ ପାଢୀ , ମହିଳା ରାଜ୍ଯ ସମ୍ପାଦିକା ପୁନମ କଂହର, ଫିରିଙ୍ଗିଆ ବ୍ଲକ ଅଧକ୍ଷ୍ୟ, ଫୁଲବାଣୀ ବ୍ଲକ ଅଧକ୍ଷ୍ୟ, ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା, ପ୍ରିୟ ମିଶ୍ର, କାର୍ଯ୍ୟକାରୀ ସଭାପତି ସୁଧୀର କହଁର ରାକେଶ ମିଶ୍ର, ଛାତ୍ର ଉପସଭାପତି ପ୍ରବୀଣ ବେହେରା, ବାବୁଲା ବେହେରା, ଦେବାଶିଷ ବେହେରା, ସନ୍ଦୀପ ମହାନ୍ତି, ରବୀନ୍ଦ୍ର ଷଡଙ୍ଗୀ କାଉନ୍ସିଲର ତଥା ବିଜେଡି ମିଡିଆ ସଂଯୋଜକ ରାଜେନ୍ଦ୍ର ପାଢ଼ୀ, ତ୍ରି ଲୋଚନ କଂହର, ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ବିଜୁପଟ୍ଟନାୟକ ପ୍ରତିମୂର୍ବ ସମ୍ମୁଖରେ ସମୁହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ad-week
Leave A Reply

Your email address will not be published.