ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଶ୍ରୀରାମ ନବମୀ ପାଳିତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସାଇ ପ୍ରଭୁଜୀ ଗ୍ଲୋବାଲ ସ୍କୁଲରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁଷ ରୁ ପ୍ରମୋଦ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯଥା ରିତିନୀତି ଅନୁଯାୟୀ ଶ୍ରୀରାମଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ସହ ପୂଜାର୍ଚନା, ହୋମଯଜ୍ଞ କରାଯାଇ ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ବିଭିନ୍ନ ବେଶରେ ସଜ୍ଜିତ ହୋଇ ସମଗ୍ର ସହର ପରିକ୍ରମା କରିଥିଲେ l ଅନୁଷ୍ଠାନ ତରଫରୁ ଉପସ୍ଥିତ ଅଭିଵଭାବକ, ଅଭିଭାବିକା, ଛାତ୍ର ଛାତ୍ରୀ ତଥା ସ୍କୁଲର କର୍ମକର୍ତ୍ତା ମାନଙ୍କୁ ପୂଜା ପରେ ପରେ ପଣା ଭୋଗ ଲାଗି କରିବା ସହ ଅର୍ଣ୍ଣ ଭୋଗ ବଣ୍ଟନ କରିଥିଲେ । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ ମିଶ୍ର, ନିର୍ଦେଶକ ଓ ସମ୍ପାଦକ ଅଭିଜିତ ମିଶ୍ର ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.