ଆସିକାରେ ବିଜୁ ବାବୁଙ୍କ ତିରୋଧାନ ଦିବସ ପୃଥକ ପୃଥକ ଭାବେ ପାଳନ କଲେ ବିଜେଡିର ଦୁଇ ଗୋଷ୍ଠି

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଆସିକା ରେ ଉଭୟ ବିଜେଡ଼ି ଗୋଷ୍ଟି ପକ୍ଷରୁ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ ହୋଇଛି। ଆସିକା ବିଜେଡ଼ି ର ଗୋଷ୍ଟି କନ୍ଦଳ ଥମିବାର ନାଁ ଧରୁନି ଦଳ ମୁଖିଆ ପାଖରେ ଫେରାଦ ହେବା ପରେ ସମଧାନ ହୋଇଥିବା ଫୋଟ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା। ଆଜି ବିଜୁ ବାବୁଙ୍କ ତିରୋଧାନ ଦିବସରେ ବିଧାୟିକା ଗୋଟେ ପଟେ କାର୍ଯ୍ୟକ୍ରମ ରେ ବ୍ୟସ୍ତ ଥିବା ବେଳେ ଅନ୍ୟ ଏକ ଗୋଷ୍ଟି ମଧ୍ୟ ଲୋକଙ୍କୁ ଛତା ଓ ଥଣ୍ଡା ପାନୀୟ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ପୁଣି ରିପିଟ ପରେ ଏବେ ସୁଦ୍ଧା ମନ ମିଶୁ ନାହିଁ ଉଭୟ ଗୋଷ୍ଟି ର ବୋଲି ଚର୍ଚ୍ଚା ହେଲାଣି। ପରିବର୍ତ୍ତନ ର ସ୍ୱର ଦିନକୁ ଦିନ ବଢ଼ି ବାରେ ଲାଗିଛି।

ad-week
Leave A Reply

Your email address will not be published.