
ଉମରକୋଟ : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଜନତାଙ୍କ ସେବା କାର୍ଯ୍ୟରେ, ବିଭିନ୍ନ ଯୋଜନା କରି ବିଭିନ୍ନ ଅଫିସ କାର୍ଯାଳୟରେ ସରକାର ପାଣ୍ଠିରୁ ପଠାଉଛନ୍ତି କୋଟିକୋଟି ଟଙ୍କା ଜନତାଙ୍କ ସେବା କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ,କିନ୍ତୁ ବଡ଼ ଦୁଃଖର ବିଷୟ କାର୍ଯ୍ୟ ହେଉଛି କିନ୍ତୁ ତାହା ଜନତାଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ତାହାର ତଦାରଖ କରିବାର ଯଥେଷ୍ଟ ଅଭାବ ଦେଖା ଯାଉଛି | ଭାଷାରେ କେବଳ ହର ଘର ଜଳ, କାର୍ଯ୍ୟରେ ନବ ଡଙ୍କା |
ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ବ୍ଲକ, ତୋହରା ପଞ୍ଚଯାତ ଅନ୍ତର୍ଗତ ବଣିପଦର ଗ୍ରାମରେ ବସୁଧା ଯୋଜନାରେ ୫୦୦୦ ଲିଟର ବିଶିଷ୍ଟ ଏକ ପାଣି ଟାଙ୍କି କରି ଗ୍ରାମରେ ପାଣି ପାଇପ ଲାଇନ ବିଛା ହୋଇଛି ଗତ ଏକ ବର୍ଷ ପୂର୍ବେ, କିନ୍ତୁ ବଡ଼ ଦୁଃଖ୍ୟ ବା ବିରମ୍ବର ବିଷୟ ଆଜି ପର୍ଯନ୍ତ ଘରେ ଘରେ ପିଇଁବା ପାଣି ପହଞ୍ଚିବାର ଅବହେଳା ଦେଖିବାକୁ ମିଳୁଛି | ଗ୍ରାମରେ ପ୍ରାୟ ୨୦୦ ଘର ପରିବାର ବସବାସ କରୁଥିବା ବେଳେ ମାତ୍ର ୪ ଗୋଟି ନଳକୂପ ଉପରେ ଭରସା | ଏହି ଗ୍ରାମଟି ଉମରକୋଟ ସହର ଠାରୁ ୨୫କିଲୋମିଟର ଜଙ୍ଗଲ ଭିତରେ ଏକ ଉପାନ୍ତ ଅଞ୍ଚଳ ହେଇଥିବାରୁ ସରକାରଙ୍କର ଦୃଷ୍ଟି ପରିପାରୁନାହିଁ, MLA, MP ଆମ ଗ୍ରାମର ସୁଭିଧା ଅସୁବିଧା କେବେ ବୁଝି ବାକୁ ଆସୁ ନାହାନ୍ତି, କେଵେଳ ଭୋଟ ସମୟରେ ଭୋଟ ଭିକ୍ଷା ମାଗିବାକୁ ଆସୁଛନ୍ତି, ଅତି ଦୁଃଖ୍ୟର ସହିତ ୱାର୍ଡ ମେମ୍ବର ଶ୍ରୀ ମୋତୀ ଦଶାଇ ଗଣ୍ଡ କହିଛନ୍ତି ଆମ ଗ୍ରାମର ପିଇଁବା ପାଣିର ସମସ୍ୟା ନେଇଁ ପଞ୍ଚଯାତ ଠାରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯନ୍ତ ଜଣାଇଛୁ କେହି କର୍ଣ୍ଣ ପାତ କରୁ ନାହିଁ, ଗ୍ରାମର ମୁଖ୍ୟ ଶ୍ରୀ ଶୁକରୁ ଗଣ୍ଡ ଚେତାବନୀ ଦେଇ କହିଛନ୍ତି ଅତି ଶୀଘ୍ର ଆମର ପିଇଁବା ପାଣିର ସମସ୍ୟା ସରକାର ନ ବୁଝିଲେ ନେତା ମନ୍ତ୍ରୀଙ୍କୁ ଉଚିତ ଜବାବ ଦେବା ସହ ଭୋଟ ବର୍ଜନ କରିବାକୁ ବାଧ୍ୟ୍ୟ ହେବୁ |