ଆସିକା ରେ ଟାଟା ପାୱାର ର ମର୍ଜି ରେ ଚାଲିଛି ବିଦ୍ୟୁତ ଯୋଗାଣ : ଗ୍ରାହକ ହନ୍ତସନ୍ତ

add-all


ଵ୍ରହ୍ମପୁର: ୧୮-୪ ସାରା ଗଞ୍ଜାମ ଜିଲ୍ଲା ତାତି ରେ ଉବୁଟୁବୁ ହେଉଥିବା ବେଳେ ଆସିକା ରେ ଟାଟା ପାୱାର ର ମର୍ଜି ରେ ବିଦ୍ୟୁତ କାଟ ହେଉଛି। ଗତ ଦୁଇ ଦିନ ହେଲା ପାର ୪୦ ଡିଗ୍ରୀ ରୁ ଅଧିକ ରହୁଥିବା ବେଳେ ଏପଟେ ବିଦ୍ୟୁତ କାଟ ଲୋକଙ୍କୁ ନାକେ ଦମ କରିଛି। ଆଜି ଭୋର ୫ ଘଣ୍ଟା ସମୟ ରେ ଅଚାନକ ବିଦ୍ୟୁତ କାଟ ହୋଇ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ପରେ ଆସିଥିଲା। ଏପଟେ ତାତି ସେପଟେ ବିଦ୍ୟୁତ ବିଭ୍ରାଟ ଓ ଜନସ୍ୱାସ୍ଥ୍ୟ ବିଭାଗ ଜଳ ଯୋଗାଣ ଠପ ଲୋକଙ୍କୁ କିଲିବିଲି କରୁଛି। ଆସିକା ସହରରେ ବହୁ ପ୍ରଭାବ ଶାଳୀ ଲୋକଙ୍କ ଘରେ ଏ.ସି ରହିଛି। ମିଟର ଟେମ୍ପରିଙ୍ଗ ହୋଇଥିଲେ ବି ଟାଟା ପାୱାର ର କିଛି କର୍ମଚାରୀ ସେମାନଙ୍କ ଠାରୁ ଅର୍ଥ ନେଇ ଚୁପଚାପ ରହୁଥିବା ଚର୍ଚ୍ଚା ହେଉଛି। ସାଧରଣ ଲୋକେ ସ୍ୱଳ୍ପ ଟଙ୍କା ବକେୟା ଥିଲେ ଗୃହରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବାକୁ ଧମକ ମିଳୁଥିବା ଅଭିଯୋଗ ହେଉଛି। ଏହି ତାତି କୁ ଦେଖି ବିଦ୍ୟୁତ କାଟ ରୁ ନିବୃତ ରହିବାକୁ ସଚେତନ ମହଲ ରୁ ଦାବି ହେଉଛି।

ad-week
Leave A Reply

Your email address will not be published.