ଦୁମାଙ୍ଗଡିରି ପଥର ଉତ୍ତୋଳନ ଲିଜ୍ ବାତିଲ କରିବା ଦାବିକୁ ନେଇ ବିକ୍ଷୋଭ

add-all

ବୀରମିତ୍ରପୁର // କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ତହସିଲ ଅନ୍ତର୍ଗତ ପୁତ୍ରିଖମଣ ଦୁମାଙ୍ଗଡିରି ଗ୍ରାମ୍ୟ ଜଙ୍ଗଲ କିସମରେ ପଥର ଉତ୍ତୋଳନକୁ ବାତିଲ କରିବା ପାଇ କୁଆଁରମୁଣ୍ଡା ତହସିଲ ଅଧିନସ୍ଥ ଦୁମାଙ୍ଗଡିରି ଅଞ୍ଚଳର ମହିଳା ନେତ୍ରୀ ସମାଜସେବୀ ରୋଏଲେନ୍ ବୁଡ ଙ୍କ ନେତୃତ୍ୟରେ କୁଆଁରମୁଣ୍ଡା ଓ ବୀରମିତ୍ରପୁର ତହସିଲ ଅଧିନସ୍ଥ ବଣେଇଲତା ଗ୍ରାମର ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ପଥର ଉତ୍ତୋଳନ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରିଥିଲେ | ପଥର ଉତ୍ତୋଳନ ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଗ୍ରାମବାସୀଙ୍କ କହିବା ଅନୁଯାଇ ଅଞ୍ଚଳରେ ୧୫୦ଟି ଘୋର ବାୟୁ ପ୍ରଦୂଷଣରେ ଆକ୍ରାନ୍ତ ହେବେ ବାୟୁ ପ୍ରଦୂଷଣ ମଧ୍ୟ ବଢିବା ସହ ଏହାର ଆଖପାଖ ଗ୍ରାମର ଛୋଟ ଛୋଟ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ଲୋକେ ରୋଗ ରୁ ସମ୍ମୁଖୀନ ହେବେ ! ପଥର ଉତ୍ତୋଳନ ହେବା ଦ୍ବାରା ଜଙ୍ଗଲର ପ୍ରାକୃତିକ ସୋନ୍ଦର୍ଯ୍ୟ ନଷ୍ଟ ହେବା ସହ ଜଙ୍ଗଲରେ ଥିବା ବିରଳ ଔଷଧୀୟ ବୃକ୍ଷ, ସରୀସୃପ ଓ ଅନେକ ଜଙ୍ଗଲ ପ୍ରାଣୀ ପ୍ରଭାବିତ ହେବେ ବୋଲି ଅଭିଯୋଗ କରିଥିଲେ | ଗତ ତିନି ବର୍ଷ ତଳେ ତତ୍କାଳୀନ ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ , ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ବିଭାଗର ଅଧିକାରୀ ଓ ତତ୍କାଳୀନ ତହସିଲଦାର ଡକ୍ଟର ରାଜେଶ କୁମାର ସାହୁ ଙ୍କ ଉପସ୍ଥିତିରେ ଏକ ଜନ ଅଭିଯୋଗ ଶୁଣାଣି ହୋଇଥିବା ବେଳେ ଗ୍ରାମର ଶତାଧିକ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ ! କେତେକ ହାତଗଣତି ଲୋକେ ପଥର ଉତ୍ତୋଳନ ସପକ୍ଷରେ ଥିବା ବେଳେ ଏହା କୁ ବିରୋଧ କରିଥିବା ଲୋକେ ତୁମେ ଲିଜ୍ ପାଇଥିବା କାଗଜ ଆମକୁ ଦେଖାଅ ବାଲି କହିଥିଲେ | ବିକ୍ଷୋଭ ହେଉଥିବା ସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ଏ ଏସ ଆଇ ଶ୍ରୀନିବାସ ଦାସ ଙ୍କ ସହ ଅନ୍ୟ ପୋଲିସ କର୍ମୀ ପହଞ୍ଚି ଉଭୟ ଗୋଷ୍ଟି ଙ୍କୁ ବୁଝେଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା |

ad-week
Leave A Reply

Your email address will not be published.