ହିଞ୍ଜିଳି ଅଞ୍ଚଳରେ ବଢୁଛି ବାଇକ ଚୋରି

add-all

ଗୋଟିଏ ରାତିରେ ୨ ବାଇକ‌ ଚୋରି
ହିଞ୍ଜିଳିକାଟୁ, ୧୮।୪ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧୀନରେ ବିଭିନ୍ନ ଅଞ୍ଚଳରେ ଗତ କିଛିଦିନ ଧରି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅସାମାଜିକ ବ୍ୟକ୍ତିମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସହ ଚୋରି ରାକେଟ ସକ୍ରିୟ ହୋଇଥିବା ଜଣାଯାଇଛି।
ଗତ ରାତିରେ ହିଞ୍ଜିଳି ଥାନା ଅନ୍ତର୍ଗତ ପୋଚିଲିମା ଗ୍ରାମର ଏସ ନିରଞ୍ଜନ ଙ୍କ ଘର ସାମନାରେ ଚାବି ପଡ଼ିଥିବା ୨ ଟି ବାଇକକୁ ଦୁବୃର୍ତ୍ତ ମାନେ ଲକ୍ ଭାଙ୍ଗି ଚୋରି କରିଥିବା ଅଭିଯୋଗ ହୋଇଛି। ରାତିରେ ଉଭୟ ବାଇକର ଲକ୍ ପକାଇ ଘର ସାମନାରେ ରଖିଥିବା ନିରଞ୍ଜନ ସକାଳେ ସେଗୁଡିକ କେହି ଚୋରାଇ ନେଇଥିବା ଜାଣିବା ପରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଏଥି ନେଇ ଥାନାରେ ନଂ ୩୭୭/୨୪ରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ ହିଞ୍ଜିଳିକାଟୁ ସହରର ବ୍ୟସ୍ତ ବହୁଳ ଅଞ୍ଚଳରେ ବାଇକ ଚୋରି ରାକେଟ ସହ ଅସାମାଜିକ ବ୍ୟକ୍ତିମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ପୋଲିସ ବିଭିନ୍ନ ସ୍ଥାନରେ ଥିବା ସିସି କ୍ୟାମେରା ଫୁଟେଜର ସହାୟତାରେ ଅସାମାଜିକ ବ୍ୟକ୍ତି ଓ ଲୁଟେରାଙ୍କୁ କାବୁ କରିବା ପାଇଁ ସାଧାରଣ ରେ ଦାବି ହେଉଛି।

ad-week
Leave A Reply

Your email address will not be published.