ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ୨ଟି ମାଓ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର

add-all

ମାଲକାନଗିରି: ରାତି ପାହିଲେ ଦେଶର ବିଭିନ୍ନ ସ୍ଥାନ ସହିତ ଛତିଶଗଡ଼ରେ ମଧ୍ୟ ମତଦାନ ହେବ। କିନ୍ତୁ ଏହା ପୂର୍ବରୁ ବିଏସଏଫ ଓ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଅନ୍ତର୍ଗତ ବୋଡିଗାଟା ବିଏସଏଫ କ୍ୟାମ୍ପ, ଏମ୍ପିଭି-୨୧ ବିଏସଏଫ କ୍ୟାମ୍ପ ଏବଂ ଜିଲ୍ଲା ପୁଲିସର ମିଳିତ ଭାବେ ଭେଜଙ୍ଗୱାଡା ଜଙ୍ଗଲରେ ସର୍ଚ୍ଚ ଅପେରେସନ କରୁଥିବା ବେଳେ ୨ଟି ମାଓବାଦୀଙ୍କ ଡ଼ମ୍ପ ଠାବ ହୋଇଛି।
ଏଲକାନୁର ଗ୍ରାମ ନିକଟସ୍ଥ ସାନ ଟେକଗୁଡା ଠାରେ ଏହି ଡ଼ମ୍ପ ଥିଲା।ଏହି ଦୁଇଟି ଡ଼ମ୍ପରୁ ୭ଟି ଏସବିଏମଏଲ ବନ୍ଧୁକ,ଦୁଇଟି ଟିଫିନ ବୋମା, ୪ଟି ହ୍ୟାଣ୍ଡ ଗ୍ରେନେଡ଼, ସିଲିଣ୍ଡେର, ବିଦ୍ୟୁତ ତାର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି।
ପ୍ରକାଶ ଥାଉ କି ଏହି ଅଂଚଳ ସମ୍ପୂର୍ଣ୍ଣ ମାଓବାଦୀଙ୍କ ଗଡ଼ ଥିଲା। ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ଏଠାରେ ନକ୍ସଲ ବନ୍ଧୁକ ଓ ବିସ୍ଫୋରକ ଲୁଚାଇ ରଖିଥିଲେ।ଏଠାରୁ ନକ୍ସଲ ଅନ୍ୟ ସ୍ଥାନକୁ ଅସ୍ତ୍ରଶସ୍ତ୍ର ପଠାଉଥିଲେ। ଏହି ଅଂଚଳରେ ଲଗାତାର ବିଏସଏଫ ଏବଂ ପୁଲିସ ଘନ ଘନ ଚଢ଼ାଉରେ ନକ୍ସଲ ପଛ ଘୁଞ୍ଚା ଦେଲେ। ଏହି ଅଞ୍ଚଳରେ ପୁଣି ନକ୍ସଲ ଗତିବିଧି ଯେପରି ନହୁଏ ସେନେଇ ବିଏସଏଫ ତରଫରୁ ଜୋରଦାର କୁମ୍ବିଂ କରାଯିବ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.