ଡକାୟତି ପାଇଁ ଯୋଜନା କରୁଥିବା ୪ଜଣ ଦୁର୍ଦ୍ଧାନ୍ତ ଅପରାଧୀକୁ କାବୁ କଲା ନିମଖଣ୍ଡି ପୁଲିସ…

add-all

ବ୍ରହ୍ମପୁର : ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଅଞ୍ଚଳର ଏକ ପଡ଼ିଆରେ ବସି ଡକାୟତି ପାଇଁ ଯୋଜନା କରୁଥିବା ୪ଜଣ ଦୁର୍ଦ୍ଧାନ୍ତ ଅପରାଧୀକୁ କାବୁ କରିଛି ପୋଲିସ। ବ୍ରହ୍ମପୁର ନିମଖଣ୍ଡି ଥାନା ପୁଲିସ ଗତ କାଲି ରାତ୍ରିରେ ପେଟ୍ରୋଲିଂ କରୁଥିବା ବେଳେ କିଛି ଯୁବକ ଏକ ପଡ଼ିଆରେ ବସି ଡକାୟତି କରିବା ପାଇଁ ଯୋଜନା କରୁଥିଲେ।କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରିବା ସହିତ ଚାରି ଜଣ ଅଭିଯୁକ୍ତକୁ କାବୁ କରି ନେଇ ଥିଲା। ଗିରଫ ୪ ଜଣହେଲେ ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମର ତୋଫାନ ସାହୁ(୨୯) , ନିମଖଣ୍ଡି ଥାନା ଅନ୍ତର୍ଗତ ପଦ୍ମପୁର ବଡଦାଣ୍ଡ ସାହିର ନିମେଇ ଚରଣ ନାୟକ (୩୯),ବଡଗଡ ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ଦେବାନନ୍ଦ ଗୌଡ଼(୩୪) ଓ ଆସ୍କାର କେ.ସୂର୍ଯ୍ୟ ରାଓ(୪୦) ରହିଛନ୍ତି।।। ସେମାନଙ୍କ ଠାରୁ ପୋଲିସ ଗୋଟିଏ ବନ୍ଧୁକ, ୫ଟି ଗୁଳି,୨ଟି ମାଗାଜିନ ଓ ୫ଟି ମୋବାଇଲ ଜବତ କରିଛି ।ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ।

ad-week
Leave A Reply

Your email address will not be published.