ସାଧାରଣ ନିର୍ବାଚନ ୨୦୨୪ ପାଇଁ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା

add-all

ଫୁଲବାଣୀ : ଜିଲ୍ଲା ନିର୍ବାଚନ ଅଧିକାରୀ -ତଥା- ଜିଲ୍ଲାପାଳ, କନ୍ଧମାଳ ଆଶିଷ ଇଶ୍ଵର ପାଟିଲ ଆଜି ସଦ୍‌ଭାବନା ସଭାଗୃହରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଚଳିତ ବର୍ଷର ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ଆବଶ୍ୟକ ଗାଡ଼ି ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ଭିତରୁ ଏବଂ ଜିଲ୍ଲା ବାହାରୁ କେତେ ସଂଖ୍ୟକ ଗାଡ଼ି ଅଣାଯିବ ଏବଂ ସେଥିପାଇଁ ଆବଶ୍ୟକ ଇନ୍ଧନ ଶୁକ୍ଲ, ପୋଲିସ ବିଭାଗ ଓ ଗଠନ କରାଯାଇଥିବା ବିଭିନ୍ନ ସ୍ମାର୍ଡ, ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ, ସାଧାରଣ ପର୍ଯ୍ୟବେକ୍ଷକ, ଆରକ୍ଷୀ ପର୍ଯ୍ୟବେକ୍ଷକ ସମେତ ନିର୍ବାଚନ କାର୍ଯ୍ୟରେ ନିଯୁକ୍ତ ସମସ୍ତ ପ୍ରିଜାଇଡି ଓ ପୋଲିଂ ଅଧିକାରୀମାନଙ୍କ ପାଇଁ ଆବଶ୍ୟକ ଗାଡ଼ି ସଂଖ୍ୟା ଉପରେ ଆଲୋଚନା କରାଯାଇ ଥିଲା। ଦୁର୍ଗମ ଅଞ୍ଚଳକୁ ପଠାଯାଉଥିବା ଗାଡ଼ିରେ ଆବଶ୍ୟକ ଇନ୍ଧନ ସହିତ ଅତିରିକ୍ତ ୨୦ଲିଟର ଇନ୍ଧନ ଯୋଗାଇଦେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ । କ୍ଲଷ୍ଟର ବୃଥ୍, ଓ କ୍ରିଟିକାଲ ବୁଥ୍ ଉପରେ ଆଲୋଚନା କରାଯାଇଥିଲା। କାଉଣ୍ଟି ହଲ୍ ଏବଂ ପୋଷ୍ଟାଲ୍ ବାଲାଟ୍ କାଉଣ୍ଟି ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ।

ସେହିପରି, ଉଭୟ ଲୋକସଭା ଓ ବିଧାନସଭା ସହକାରୀ ବ୍ୟୟ ପର୍ଯ୍ୟବେକ୍ଷକ ଆକାଉଣ୍ଡି ଟିମ୍ ପାଇଁ ଆବଶ୍ୟକ ଆସବାବପତ୍ର, କମ୍ପ୍ୟୁଟର ଏବଂ ତା’ର ଉପ ପକରଣ ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ। ଚେକ୍ ପୋଷ୍ଟ ମାନଙ୍କରେ ସିସିଟିଭି ସଂଯୋଗ କରିବାକୁ କୁହାଯାଇଥିଲା। ଶୃଙ୍ଖଳିତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶ ଗ୍ରହଣ କାର୍ଯ୍ୟକଳାପକୁ ବ୍ୟାପକ କରିବାକୁ ମଧ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ। ଜିଲ୍ଲା ସ୍ତରୀୟ ଏମ୍.ସି.ଏମ୍.ସି.ର କାର୍ଯ୍ୟ ଆଲୋଚନା ବେଳେ ଆନେକ୍ସର- ବି ୧୬ରେ ପ୍ରତିଦିନ ରାଜନୈତିକ ବିଜ୍ଞାପନ ଓ ପେଡ୍ ନ୍ୟୁଜ୍ ତଥ୍ୟ ଦିଆଯିବା ଉପରେ ଗୁରୁତ୍ବ ଦେଇଥିଲେ। କନ୍ଧମାଳ ଜିଲ୍ଲା ଏମ୍.ସି.ଏମ୍.ସି.ର ସୋସିଆଲ୍ ମିଡିଆ ଆକାଉଣ୍ଟ ଏମ୍.ସି.ଏମ୍.ସି., କନ୍ଧମାଳ ନାମରେ ରଖାଯାଇଛି। ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ ୮୨-ବାଲିଗୁଡ଼ା ବିଧାନସଭା, ୮୩-ଘୁ.ଉଦୟଗିରି ବିଧାନସଭା, ୮୪- ଫୁଲବାଣୀ ବିଧାନସଭା ଓ ୧୩ -କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି ସମ୍ପର୍କୀତ ଅଭିଯୋଗ ଏହି ସୋସିଆଲ୍ ମିଡିଆ ଆକାଉଣ୍ଟ ଗୁଡ଼ିକରେ ପୋଷ୍ଟ କରିପାରିବେ । ସେହିପରି, ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ପ୍ରାର୍ଥୀମାନେ ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଉଲ୍ଲେଖ କରିବା ଆବଶ୍ୟକ । ଉକ୍ତ ସମୀକ୍ଷା ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ (ନିର୍ବାଚନ) ରମେଶ ଚନ୍ଦ୍ର ଜେନା, ଉପ-ଜିଲ୍ଲାପାଳ ବାଲିଗୁଡ଼ା ଡା.ରୀନା ପ୍ରଧାନ, ଉପ-ଜିଲ୍ଲାପାଳ, କନ୍ଧମାଳ ଶ୍ରୀ ଚିତ୍ତ ରଞ୍ଜନ ମହନ୍ତ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ସୁଶ୍ରୀ ଦେବାଯାନୀ ଭୁୟାଁ, ଡେପୁଟି କଲେକ୍ଟର, ନିର୍ବାଚନ ତି. ମାଲେଶ୍ଵର ପାତ୍ରଙ୍କ ସମେତ ନିର୍ବାଚନ ସହିତ ସଂଶ୍ଳିଷ୍ଟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.