ପ୍ରବଳ ଖରା ସତ୍ତ୍ୱେ ଖରଣୀପଡା ପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର

add-all

ପାତ୍ରପୁର : ଚିକିଟୀ ନିର୍ଵାଚନ ମଣ୍ଡଳୀ ପାତ୍ରପୁର ବ୍ଲକ ଅନ୍ତର୍ଗତ ଖରଣିପଡା ପଞ୍ଚାୟତ ର ଛଅ ଗୋଟି ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା କରି ଜୋରଦାର ପ୍ରଚାର ହୋଇଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ ଦଳୀୟ କର୍ମୀ ଓ ସମର୍ଥକ ଙ୍କ ଗହଣ ରେ କୋଳିହଳା ,ଗୋଠଗାଁ,ଖରଣିପଡା, ନନ୍ଦିଗାଁ, ଚୈତନ୍ୟ ଚନ୍ଦ୍ର ପୁର ଶାସନ ଓ ଆମୁଣ୍ଡି ଆଦି ଗ୍ରାମ ପରିକ୍ରମା କରିଥିଲେ। ସମସ୍ତ ଗ୍ରାମରେ ଆୟୋଜିତ ସାଧାରଣ ସଭାରେ ବିଭିନ୍ନ ମଞ୍ଚାସୀନ କର୍ମୀ ମାନେ ନବୀନ ସରକାରଙ୍କ ଜନହିତ କର ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଜେଡି ପ୍ରାର୍ଥୀ ଙ୍କୁ ପୁଣିଥରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ ଲାଭ କରିବେ ବୋଲି କହି ଭୋଟ ଭିକ୍ଷା କରିଥିଲେ। ପ୍ରଚାର ସମୟରେ ସବୁ ଗ୍ରାମରେ ମନ୍ତ୍ରୀ ଓ ବିଧାୟକ ପ୍ରାର୍ଥୀ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇ ଲୋକେ ସ୍ୱାଗତ କରିଥିଲେ। ପ୍ରଚାର ବେଳେ ବିଜେଡି ନେତା ସଚ୍ଚିଦାନନ୍ଦ ରାଜଗୁରୁ, ଉଦୟ ନାଥ ପ୍ରଧାନ,ଜିତେନ୍ଦ୍ର କୁମାର ପଣ୍ଡା,ମିନତୀ ପଣ୍ଡା, ଦୀପା କୁମାରୀ ସାହୁ, ଅମିତା ପ୍ରଧାନ, ରିତା ମହାନ୍ତି,ରାମନାଥ ପାଣିଗ୍ରାହୀ,ମହେନ୍ଦ୍ର ପାତ୍ର, ପ୍ରମୋଦ କୁମାର ପଣ୍ଡା, ଧର୍ମା ବେହେରା, ଗାଣ୍ଡୁ ପାଢ଼ୀ ,ରେବତୀ ରେଡ୍ଡୀ,ଶିବାନି ପାଢ଼ୀ,ନରସିଂହ ପ୍ରଧାନ, ସାଗର ହେରା,ଅଞ୍ଚଳ ପ୍ରଧାନ,ଭଗବତୀ ପ୍ରସାଦ ପାଣିଗ୍ରାହୀ,ସୋମନାଥ ମହାନ୍ତି ପ୍ରମୁଖଙ୍କ ସହ ଅନେକ କର୍ମୀ ସାମିଲ ଥିଲେ। ପ୍ରବଳ ଖରା ସତ୍ତ୍ୱେ ଦଳୀୟ କର୍ମୀ ମାନେ ଉତ୍ସାହର ସହିତ ଚାଲି ଚାଲି ପ୍ରଚାରରେ ସାମିଲ ହୋଇଥିଲେ। ଆମୁଣ୍ଡି ଗାଁରେ ଶହ ଶହ ମହିଳା ଫୁଲ ଓ ହୁଳହୁଳି ପକାଇ ବିଧାୟକ ପ୍ରାର୍ଥୀଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରିବା ସହ ପ୍ରତ୍ୟେକ ଘରେ ଘରେ ବିଧାୟକ ପ୍ରାର୍ଥୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

ad-week
Leave A Reply

Your email address will not be published.