ବାଇକ ରୁ ପଡ଼ି ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲା ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରେ ବାଇକ ରୁ ପଡ଼ି ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର । ପ୍ରାପ୍ତ ସୂଚନା ଅନୁଯାଇ ଏକ ବାଇକରେ ସ୍ବାମୀ ସ୍ତ୍ରୀ ଦୁହେଁ କୌଣସି ଏକ ମେଡ଼ିକାଲ କର୍ଯ୍ୟରେ ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ନିଜର ଭାରସାମ୍ୟ ହରାଇ ବାଇକରୁ ପଡି ଉଭୟ ସ୍ବାମୀ ସ୍ତ୍ରୀ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଗୁରୁତର ଆହତ ଦୁହେଁ ଙ୍କ ମଧ୍ୟରୁ ସ୍ବାମୀ ଙ୍କ ମୃତ ଘଟିଥିବା ବେଳେ ଗୁରୁତର ଥିବା ସ୍ତ୍ରୀ କୁ ଭୁବନେଶ୍ୱରର ସ୍ଥାନାନ୍ତରିତ କରିଥିବା ସୂଚନାରୁ ପ୍ରକାଶ । ଦୁର୍ଘଟଣାରେ ମୃତ ବ୍ୟକ୍ତି ଜଣଙ୍କ ପଡୋଶୀ ରାଜ୍ୟ ଝାରଖଣ୍ଡ ରାଜ୍ୟ ସିମଡେଗା ଜିଲ୍ଲା ଅନ୍ତର୍ଗତ ବାଉଁସଯୋର ଥାନା ଅଧୀନସ୍ଥ କଚ୍ଚୂପାଣି ଗ୍ରାମ ବମ୍ବଡିଆପଡା ଅଞ୍ଚଳର ସିଲିସଲାଲ ସିଂହ ୬୨ବର୍ଷ ଏବଂ ଗୁରୁତର ଆହତ ସ୍ତ୍ରୀ ର ନାମ ଲକ୍ଷ୍ମୀ ସିଂହ ବୋଲି ଜଣା ପଡିଛି ।

ad-week
Leave A Reply

Your email address will not be published.