କଡ଼ା ସୁରକ୍ଷାରେ ବାପାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦେଲେ ଧଳସାମନ୍ତ ଭାତ୍ରା

add-all

କଟକ  : ଧଳସାମନ୍ତ ଭ୍ରାତାଙ୍କ ବାପାଙ୍କ ମୃତ୍ୟୁ ଘଟଣା । ଉଭୟ ଭାଇଙ୍କ କଡା ସୁରକ୍ଷା ବଳୟ ମଧ୍ୟରେ ଜେଲରୁ ଅଣା ଯାଇ ବାପାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦେଇଥିଲେ। ବଡଭାଇ ଶୁସାନ୍ତ ଧଳସାମନ୍ତକୁ ବଲାଙ୍ଗୀର ଜେଲ ଓ ସାନ ଭାଇ ସୁଶୀଲକୁ ବାଲେଶ୍ବର ଜେଲରୁ ସିଡିଏ ଘରୁ ଆଣିଥିଲା ପୋଲିସ। 

ପରେ ଉଭୟ ଭାଇ ବାପାଙ୍କୁ କାନ୍ଧେଇ ସତୀଚଉରା ସ୍ମଶାନ ନେଇଥିଲେ। ସେଠାରେ ବଡ ଭାଇ ସୁଶାନ୍ତ ଧଳ ସାମନ୍ତ ବାପାଙ୍କୁ ମୁଖାଗ୍ନି ଦେଇଥିଲା। ପରେ ସମସ୍ତ କର୍ମ ସରିବା ପରେ ଉଭୟ ଭାଇ କଡା ସୁରକ୍ଷା ବଳରେ ବଡ ଭାଇ ସୁଶାନ୍ତକୁ ଚୌଦ୍ବାର ଜେଲ ଓ ସାନ ଭାଇ ସୁଶୀଲକୁ ଝାରପଡା ଜେଲରେ ରଖାଯାଇଛି। ସୋମବାର ଉଭୟ ଭାଇଙ୍କର କୋର୍ଟରେ ହାଜିରା ଥିବାରୁ ଅସ୍ଥାୟୀ ଭାବେ ଝାରପଡା ଓ ଚୌଦ୍ବାରରେ ରଖାଯାଇଛି। ସାକ୍ଷୀ ଶେଷ ହେବା ପରେ ସେହି ବଲାଙ୍ଗୀର ଓ ବାଲେଶ୍ବରକୁ ପଠାଇ ଦିଆଯିବ। ସୁଶାନ୍ତ ଓ ସୁଶୀଲଙ୍କ ବାପା ଅବସରପ୍ରାପ୍ତ ପୋଲିସ ଅଧିକାରୀ ସରୋଜ ଧଳସାମନ୍ତ। ସେ ଦିର୍ଘ ଦିନ ହେବ ଅସୁସ୍ଥ ଥିଲେ ଗତ କାଲି ତାଙ୍କର ମୃତ୍ୟୁ ହୋଇଥିଲା।  ଉଭୟ ଭାଇ ୨୦୧୬ ମସିହା ଜାନୁଆରୀ ୨୯ ତାରିଖରୁ ଗିରଫ ହୋଇ ଜେଲରେ ଅଛନ୍ତି।

ad-week
Leave A Reply

Your email address will not be published.