ବନ୍ଦ କୋଠାଘର ମଧ୍ୟରୁ ଏସଏସଟି ଶିକ୍ଷକଙ୍କ ଗଳିତ ମୃତଦେହ ଉଦ୍ଧାର

add-all

ହିଞ୍ଜିଳିକାଟୁ ୨୧/୪ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରେଗିଡିସାହି ବିଦ୍ୟୁତ ବିଭାଗର ଫ୍ୟୁଜକାଲ କାର୍ଯ୍ୟାଳୟ ଆଗରେ ଥିବା ଏକ କୋଠା ଘରୁ ଶିକ୍ଷକଙ୍କ ଗଳିତ ମୃତ ଦେହକୁ ଉଦ୍ଧାର କରିଛି ହିଞ୍ଜିଳି ପୋଲିସ। ଘଟଣାରୁ ପ୍ରକାଶ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ର ଏସ ଏସ ଟି ଶିକ୍ଷକଭାବେ କାର୍ଯ୍ୟରତ ଉତ୍ତରପ୍ରଦେଶ ନିବାସୀ ରାମ କୁମ୍ବର ରାମ ଭଡା ସୁତ୍ରରେ ତଳ ରେଗିଡି ସାହିରେ ରହୁ ଥିଲେ। ଅଧିକାଂଶ ସମୟ ନିଶା ଶକ୍ତ ଅବସ୍ଥାରେ ରାମ କୁନଭର ରାମ ରୁହନ୍ତି ବୋଲି ଜଣାଯାଏ। ତେବେ ରବିବାର ଏହି ଘର ପାଖରୁ ପଚା ଦୁର୍ଗନ୍ଧ ବାହାରୁ ଥିବା ଜାଣି ସାହିବାସିନ୍ଦା ଘର ମାଲିକ ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ଏବଂ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଘର ଖୋଲିବାରୁ ରାମଙ୍କ ପଚା ମୃତ ଦେହ ତଳେ ଗଦି ଉପରେ ହାତ ଗୋଡ଼ ଟେକି ରହିଥିବା ଦେଖିବାକୁ ମିଳିଥିଲା । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏ ନେଇ ୧୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶଵବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.