ଉମରକୋଟ : ଭାରତ ବର୍ଷ ୭୬ ତମ ସ୍ବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ବେଳେ ଏମିତି କିଛି ଅନ୍ଧବିଶ୍ୱାସ ସମାଜରେ ଚାଲୁଛି ତାହା ଅତି ନିର୍ମମ ଓ ଅସହନୀୟ। କିଛି ବ୍ୟକ୍ତି ଗ୍ରାମରେ ମନ ମର୍ଜି ପ୍ରଜା କୋର୍ଟ ବସାଇ ମାରି ପିଟି ଗ୍ରାମରୁ ତିନି ଭାଇକୁ ବାସନ୍ଦ କରିବାରୁ ଉମରକୋଟ ଓ ରାଇଘର ବ୍ଲକରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ପ୍ରକାରେ ରଜବତୀ କୁମ୍ଭାର ସ୍ୱାମୀ ମରିଯିବା ପରେ ତିନି ପୁଅକୁ ଧରି ନିଜର ପୈତିକ ଭିଟାରେ ଆସି ଆଜିକୁ ଆନୁମାନିକ ୬୦ ବର୍ଷ ହେବ ଉମରକୋଟ ବ୍ଲକ କପେନା ପଞ୍ଚାୟତ ଅନ୍ତର୍ଗତ ତାରାଗାଁ ଧୃଆଡିହିରେ ନିଜ ବାବାଙ୍କ ଜମିକୁ ଚାଷବାସ କରି ଆସୁଥିଲେ। ବର୍ତ୍ତମାନ ସେହି ଜମିର ଫସଲରେ ପାଣି ଦେବାକୁ ଯାଇ ଦେଖିଲେ ଯେ ତାଙ୍କର ବୋରବେଳରେ ବିଦ୍ୟୁତ ସଂସ୍ପର୍ଶ କଟା ଯାଇଛି ପୁଣି ରାତିରେ ତିନି ଭାଇର ଘରର ବିଦ୍ୟୁତ ନାହିଁ । କାଳେ ପଵନରେ ଛିଣ୍ଡି ଯାଇଥିବ କହି ବିଦ୍ୟୁତ ସଂଯୋଗ କରିବାରୁ, ଗ୍ରାମର ରୋଜିନା ଗଣ୍ଡ ପିତା କମଲୁ ଗଣ୍ଡ, ହେମାକୁ କୁମ୍ଭାର ପିତା ଗବିନ୍ଦ କୁମ୍ଭାର, ସଦା ଗଣ୍ଡ ପିତା ଦଶରୁ ଗଣ୍ଡ, ଶ୍ରାବଣ କୁମ୍ଭାର ପିତା ଗଣ୍ଡା କୁମ୍ଭାର, ସଦା କୁମ୍ଭାର ପିତା ବିର୍ଜୁ କୁମ୍ଭାର ଆତର୍କିତ ଭାବେ ରାତି ପ୍ରାୟ ୯ ଘଟିକା ସମୟରେ ତିନି ଭାଇ ଡମା କୁମ୍ଭାର, ରାମକୁମାର କୁମ୍ଭାର ଓ ଲଛିନାଥ କୁମ୍ଭାରଙ୍କ ଘରେ ଆସି ଗାଳି ଗୁଲଜ କରି ପାଟି କରୁଥିଲେ, ଏହାର ଶବ୍ଦରେ ତିନି ଭାଇର ପରିବାରର ଲୋକମାନେ ଉଠିବାରୁ କିଛି ନ କହି ମାରା ପିଟା କରି ପଳାଇଥିଲେ। ସକାଳେ ଗ୍ରାମରେ ଏକ ବୈଠକ ବସାଇ ଏହି ପରି କରିବାର କାରଣ କଣ ତିନି ଭାଇ ପଚାରିବାରୁ ଗ୍ରାମର ଉକ୍ତ ଲୋକମାନେ କହିଲେ ତୁମ୍ଭେ ଏଠି ରହିପାରିବ ନାହିଁ। କୌଣସି ନିଷ୍ପତି ନ ହେବାରୁ ତିନି ଭାଇ ସରପଞ୍ଚ ପାଖରେ ଯାଇ ଏହି ଘଟଣାର ସବୁ ବିସ୍ତାରିତ ବର୍ଣ୍ଣନା କରି ଓ ଅନୁମତି ନେଇ ଉମରକୋଟ ଥାନାରେ ୧୯/୦୩/୨୦୨୪ ରିଖ ଦିନ ପାଞ୍ଚ ଜଣଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ।ଉମରକୋଟ ଥାନା ଅଧିକାରୀ ପାଞ୍ଚ ଜଣଙ୍କ ନାମରେ IPC 1860 କେସ ନମ୍ବର ୧୪୩, ୩୪୧, ୨୯୪, ୩୨୩, ୫୦୬, ୧୪୯ ରେ କେସ ରୁଜୁ କରି ଅଭିଯୁକ୍ତ ମାନଙ୍କ ଜମାଣତରେ ଛାଡି ଦେଇଛନ୍ତି। ଏହା ତିନି ଭାଇର ପରିବାରର ଓ ମା ରଜବତୀର କହିବା କଥା। ସେପଟେ ତାରାଗାଁର ଧୃଆପାରା ମେମ୍ବର ମାଳା ପନକାଙ୍କ କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସ୍ପଷ୍ଟ ଭାଷାରେ କହିଲେ ସେମାନେ ତିନି ଭାଇ ଗୁଣି ଗାରେଡି କରୁଛନ୍ତି ତାର ପାଇଁ ଆମ୍ଭେ ଏଠି ରହିବାକୁ ଦେବି ନାହିଁ। ବାସିନ୍ଦା ତିନି ଭାଇ ଓ ସେମାନଙ୍କର ପରିବାର ବର୍ତ୍ତମାନ ରାଇଘର ବ୍ଲକର ମହଣ୍ଡ ପଞ୍ଚାୟତ ଅନ୍ତର୍ଗତ ପିପୁଲଡିହି ଗ୍ରାମରେ ଥିବା ରାଇଦାସୀ ଗଣ୍ଡ ପିତା ମାଧବ ଗଣ୍ଡ ଘରେ ଆଶ୍ରିତ।ସମାଜର ଏହି ଅନ୍ଧ ବିଶ୍ୱାସ କେବେ ଲୋକଙ୍କ ମନରୁ ଦୂରୀଭୂତ ହେବ କହି ଅଞ୍ଚଳବାସୀ ବ୍ଲକ ବାସୀ ନିନ୍ଦା କରିବା ସହିତ ବୁଦ୍ଧିଜୀବୀ ମହଳରେ ବେଶ ଚର୍ଚ୍ଚାର ପାଲଟି ଘୋର ନିନ୍ଦା କରୁଛନ୍ତି।
