ନିର୍ବାଚନ ନିୟମକୁ ଫୁ’, ଖୁଲମ ଖୁଲା ପ୍ରାର୍ଥୀ ବାଣ୍ଟିଲେ ଟଙ୍କା ଓ ମିଠା

add-all

ନିର୍ବାଚନ ନିୟମକୁ ଫୁ’ କରି ଉଡାଇ ଦେଲେ ପ୍ରାର୍ଥୀ। ଖୋଲାଖୋଲି ବାଣ୍ଟିଲେ ଟଙ୍କା। କେବଳ ସେତିକି ନୁହେଁ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ମାଗଣା ମିଠା ବଣ୍ଟନ ମଧ୍ୟ କଲେ। ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଲୋଭସଭା ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ବି ସରିଲାଣି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ୧୬ ମାର୍ଚ୍ଚରୁ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି। ତେବେ ଏସବୁ ସତ୍ତ୍ୱେ ନିର୍ବାଚନ ନିୟମକୁ ଖାତିର କରିନହାନ୍ତି ବିଏସ୍‌ପି ପ୍ରାର୍ଥୀ। ଖୁଲମ ଖୁଲା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରିଛନ୍ତି।

ଉତ୍ତରପ୍ରଦେଶର ମଥୁରା ଲୋକସଭା ଆସନରେ ଆସନ୍ତା ଏପ୍ରିଲ ୨୬ ତାରିଖରେ ଭୋଟିଂ ହେବାକୁ ଥିବାବେଳେ ଏଠକାର ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁରେଶ ସିଂହ ନିର୍ବାଚନ ପ୍ରଚାର ବେଳେ ସର୍ବସମ୍ମୁଖରେ ଭୋଟର୍‌ଙ୍କୁ ଟଙ୍କା ବାଣ୍ଟିଛନ୍ତି। ଏଥିସହ ଲୋକଙ୍କୁ ପୁଳା ପୁଳା ମିଠା ପ୍ୟାକେଟ୍‌ ମଧ୍ୟ ବଣ୍ଟନ କରାଯାଇଛି। ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ତେବେ ଏହି ଘଟଣା କେବେର ତାହା ଜଣାପଡି ନାହିଁ।

ସେପଟେ ଏହାକୁ ନେଇ ସଫେଇ ରଖିଛନ୍ତି ବିଏସ୍‌ପି ପ୍ରାର୍ଥୀ ସୁରେଶ ସିଂହ। ସେ ନିର୍ବାଚନ ଆୟୋଗଙ୍କ ନିୟମକୁ ଉଲ୍ଲଙ୍ଘନ କରିନଥିବା କହିଛନ୍ତି। ଅନ୍ୟପଟେ ଘଟଣାର ଭିଡିଓ ସାମ୍ନାକୁ ଆସିଥିଲେ ସୁଦ୍ଧା ଏଯାଏଁ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ।

ad-week
Leave A Reply

Your email address will not be published.