୪୩.୮ ଡିଗ୍ରୀ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର

add-all

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କମିଲା ତାତି, ଆଉ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି | ଆଜି ୧୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଉପରେ ଥିବାବେଳେ ୪୩.୮ ଡିଗ୍ରୀ ସେଲ୍ସିୟସ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି | ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଭୁବନେଶ୍ୱରରେ ୪୩.୮ ଡିଗ୍ରୀ ସେଲ୍ସିୟସ, ପାରଳାଖେମୁଣ୍ଡିରେ ୪୨.୯ ଡିଗ୍ରୀ ସେଲ୍ସିୟସ, ବାରିପଦାରେ ୪୨.୬ ଡିଗ୍ରୀ ସେଲ୍ସିୟସ, ନୂଆପଡାରେ ୪୨.୪ ଡିଗ୍ରୀ ସେଲ୍ସିୟସ, କେନ୍ଦ୍ରାପଡାରେ ୪୧.୮ ଡିଗ୍ରୀ ସେଲ୍ସିୟସ, ଜଗତସିଂହପୁରରେ ୪୧.୬ ଡିଗ୍ରୀ ସେଲ୍ସିୟସ, ଭଦ୍ରକ ଓ ଯାଜପୁରରେ ୪୧ ଡିଗ୍ରୀ, ବୌଦ୍ଧରେ ୪୦.୮ ଡିଗ୍ରୀ ସେଲ୍ସିୟସ, ବାଲେଶ୍ୱର, ଅନୁଗୋଳରେ ୪୦.୭ ଡିଗ୍ରୀ ସେଲ୍ସିୟସ, ଚାନ୍ଦବାଲି, ତାଳଚେରରେ ୪୦.୪ ଡିଗ୍ରୀ ସେଲ୍ସିୟସ, କଟକରେ ୪୦.୨ ଡିଗ୍ରୀ ସେଲ୍ସିୟସ, ମାଲକାନଗିରି ଓ ଢେଙ୍କାନାଳରେ ୪୦.୧ ଡିଗ୍ରୀ ସେଲ୍ସିୟସ, ନୟାଗଡରେ ୪୦ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି |

ad-week
Leave A Reply

Your email address will not be published.