ରାଜନୀତିରୁ ସନ୍ନ୍ୟାସ ନେବି, ଶେଷ ଯାଏଁ ସାମାଜିକ ସେବା ଜାରି ରଖିବି: ରାସେଶ୍ୱରୀ ପାଣିଗ୍ରାହୀ

add-all

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ପରେ ରାସେଶ୍ବରୀ ପାଣିଗ୍ରାହୀଙ୍କ ପ୍ରେସମିଟ । ଇସ୍ତଫା ଦେବା ପରେ ରାସେଶ୍ୱରୀ ପ୍ରେସମିଟ୍‌ କରି କହିଛନ୍ତି, ସମ୍ବଲପୁରର ଅସ୍ମିତା ପାଇଁ ବିଜେଡି ଛାଡିଲି। ଦଳ ଯେଭଳି ନିଷ୍ପତ୍ତି ନେଲା, ସମ୍ବଲପୁର ପାଇଁ ଅବମାନନା ଥିଲା। ‘ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ ଦେଲେ’। ସମ୍ବଲପୁରରେ କ’ଣ ନେତା ନାହାନ୍ତି, ବାହାରୁ ଆଣି ଲଢାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାସେଶ୍ୱରୀ।

ଗଣମାଧ୍ୟମରେ ସେ କହିଛନ୍ତି ଯେ ସମ୍ବଲପୁରର ସ୍ୱାଭିମାନ ଏବଂ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଁ ଦଳ ଛାଡିଛି। ସମ୍ବଲପୁରକୁ ଅଣଦେଖା କରାଗଲା, ମୋତେ ବାଧିଛି । ଦଳ ଛାଡ଼ିବା ନିଷ୍ପତ୍ତି କଷ୍ଟ ଲାଗୁଛି, କିନ୍ତୁ ସମ୍ବଲପୁରବାସୀ ମୋ ପାଇଁ ଆଗ। ମାଟି ଆଗ, ପାର୍ଟି ପଛ । ଏହାସହ ସମାଜସେବା କରୁଛି, ଆଗକୁ ବି ଜାରି ରହିବ ବୋଲି ମଧ୍ୟ ପ୍ରେସମିଟ କରି କହିଛନ୍ତି ରାସେଶ୍ୱରୀ । ଆଗାମୀ ଦିନରେ କୌଣସି ପଲିଟିକାଲ୍ ଆକ୍ଟିଭିଟି କରିବିନି । ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୁଁ କୌଣସି ରାଜନୈତିକ କାର୍ଯ୍ୟକଳାପରେ କିମ୍ବା ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଯୋଗିତାରେ ଭାଗ ନେବି ନାହିଁ ଏବଂ ସାମାଜିକ କାର୍ଯ୍ୟ ସହ ନିଜର ଯୋଗଦାନ ଜାରି ରହିବ।

ରାସେଶ୍ୱରୀ ସମ୍ବଲପୁରରୁ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ୍‌ ଦିଆଯାଇ ନଥିଲା। ତାଙ୍କ ସ୍ଥାନରେ ରୋହିତ ପୂଜାରୀଙ୍କୁ ଟିକେଟ ଦିଆଯାଇଥିଲା। ଏଥିରେ ସେ ଅସନ୍ତୁଷ୍ଟ ଥିଲେ। ୨୦୧୪ରୁ ୨୦୧୯ ଯାଏଁ ରାସେଶ୍ବରୀ ପାଣିଗ୍ରାହୀ ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ବିଜେଡି ଟିକେଟରେ ବିଧାୟକ ଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପିର ଜୟନାରାୟଣ ମିଶ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୨୪ରେ ରାସେଶ୍ୱରୀ ଟିକେଟ ଆଶାୟୀ ଥିଲେ ମଧ୍ୟ ଦଳ ଏଠାରେ ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା। ପରେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରି ରୋହିତ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ରାସେଶ୍ୱରୀଙ୍କ ସମର୍ଥକ ଅସନ୍ତୁଷ୍ଟ ଥିଲେ। ଏପରିକି ରାସେଶ୍ୱରୀଙ୍କୁ ଟିକେଟ ଦେବା ନେଇ ଦଳୀୟ ସୁପ୍ରିମୋ ପୁନଃବିଚାର କରିବା ଆବଶ୍ୟକ ବୋଲି କହିଥିଲେ। କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ ନେଇ କୌଣସି ସଂକେତ ନ ମିଳିବାରୁ ରାସେଶ୍ୱରୀ ବିଜେଡି ଛାଡିଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.